Type Here to Get Search Results !

ହଳଦିଆ ତେଲି ସମାଜ ର ନୂଆଁଖାଇ ଭେଟ୍


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ହଳଦିଆ ବୈଶ୍ୟ ତେଲି ସମାଜର ନୂଆଖାଇ ଭେଟ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ଚଣ୍ଡୀ, ସମଲେଇ, ପାଟଣେଶ୍ୱରୀଙ୍କ ପୂଜା ପରେ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ଅପାଧ୍ୟକ୍ଷ ପାଣ୍ଡବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୂଷଣ ସାହୁ ଯୋଗଦେଇ ଜାତିର ଉନ୍ନତି କରିବାକୁ ହେଲେ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଅଶୋକ କୁମାର ସାହୁ ଉକ୍ତ ସଭାରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ପ୍ରହରୀ ସାହୁ ସମାଜର ବିବରଣୀ ପଠନ କରିଥିଲେ । ଉପଦେଷ୍ଟା ଭ୍ରମର ସାହୁ ଇଷ୍ଟଦେବୀମାନଙ୍କୁ ପୂଜା ପାଠ କରିଥିଲେ ଓ ସହ ସଂପାଦକ ଜେଠୁ ସାହୁ ସଭା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ସମାଜର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ନାରୀ ପ୍ରତିଭା ସମ୍ମାନରେ ରୀନା ସାହୁ, ଯୁବ ସମାଜସେବୀ ସମ୍ମାନ ଜୟନ୍ତ ସାହୁ, ଜାତି ଗୌରବ ସମ୍ମାନ ଅର୍ଜୁନ ସାହୁ, ଯୁବ ପ୍ରତିଭା ସମ୍ମାନ ମାନସୀ ସାହୁ, ଯୁବ କଳାକାର ସମ୍ମାନ ଶୁଭମ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ଏବଂ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ପାଇଁ ଜ୍ୟୋତିପ୍ରଜ୍ଞା ସାହୁଙ୍କୁ ଓ ଖେଳ କ୍ଷେତ୍ରରେ ରୋଜି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରଙ୍ଗୋଲି, ଗୀତ, ନାଚ, କୋସଲି ପିନ୍ଧନ ଓଢନ, ମ୍ୟୁଜିକ ଚେୟାରରେ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହଯୋଗ କରିଥିଲେ ଶିବ ସାହୁ, ରମେଶ ସାହୁ, ମାନସ ସାହୁ, ଶଶି ସାହୁ,ପୀତବାସ ସାହୁ, ଦିବାକର ସାହୁ, କିଶୋର ସାହୁ, ଅରୁଣ ସାହୁ, ଦଶରଥ ସାହୁ, ଦିଲୀପ ସାହୁ, ସନ୍ତୋଷ ସାହୁ, ନରେଶ ସାହୁ, ସଞ୍ଜୀବ ସାହୁ, ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.