ଧାମନଗର : -
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମ ପଞ୍ଚାୟତ ର କୂଳସାହି ଗ୍ରାମ ରେ ପଞ୍ଚାୟତ କଂଗ୍ରେସ କମିଟି ଆନୁକୁଲ୍ୟରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କର୍ମୀ ସମାବେଶ ସଭାରେ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବାରିକ ସଭାପତିତ୍ୱ କରିଥିବା ବେଳେ,ନବଜୀବନ ଫାଉଣ୍ଡେସନର ମୁଖ୍ୟ ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ବରିଷ୍ଠ ନେତା ତଥା ପିସିସି ସଦସ୍ୟ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପାଢ଼ୀ ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ର ଜନ ମାରଣ ନିତୀ ପ୍ରସଙ୍ଗ ରେ ଉଦ୍ ବୋଧନ ଦେଇଥିଲେ। ଏହି ସଭାରେ କଂଗ୍ରେସ ଧାମନଗର ବ୍ଲକ ସଭାପତି ତଥା ଆଇନଯିବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା,ଯୁବ କଂଗ୍ରେସ ର ସଭାପତି ଆଲୋକ କୁମାର ସ୍ବାଇଁ,ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଅରବିନ୍ଦ ନାୟକ,ବରିଷ୍ଟ ସଂଗଠକ ସୁଧାଂଶୁ ଶେଖର ନାୟକ, ଜଗବନ୍ଧୁ ଖଟୁଆ,ରାଜେଶ ବିଶ୍ଵାଳ, ଆଶିଷ କୁମାର ରାଉତ,ବିଜୟ କୁମାର ସୂତାର,କୁଳମଣୀ ମଳିକ, ବାସୁଦେବ ଜେନା,ପ୍ରଫୁଲ୍ଲ ବେହେରା,ସୁରେନ୍ଦ୍ର କୁମାର ପରିଡ଼ା,ମନୋଜ ଜେନା,ଶତ୍ରୁଘ୍ନ ମଳିକ, ବିଶ୍ଵନାଥ ସାହୁ,ନୀଳ କଣ୍ଠ ସାହୁ, ଅଶୋକ କୁମାର ଜେନା,ନରେନ୍ଦ୍ର କୁମାର ବାରିକ ଏବଂ କାର୍ତ୍ତିକ କୁମାର ଜେନାଙ୍କ ସମେତ ଶତାଧିକ କର୍ମୀ ମାନେ ଯୋଗଦାନ କରି ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଯୁବନେତା ଶ୍ରୀଯୁକ୍ତ ଆଲୋକ କୁମାର ଦାସ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

