Type Here to Get Search Results !

ଶାମିଙ୍କ ଚମତ୍କାର ବୋଲିଂ: ବିଶ୍ୱକପ୍‌ ଫାଇନାଲରେ ଭାରତ


ବିଶ୍ୱକପ୍‌ ୨୦୨୩ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ମହମ୍ମଦ ଶାମିଙ୍କ ଚମତ୍କାର ବୋଲିଂ ଜରିଆରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରିଛି। ଏହା ସହ ଟିମ ଇଣ୍ଡିଆ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ୫୦ ଓଭରରେ ଚାରି ଉଇକେଟ ହରାଇ ୩୯୭ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ୩୨୭ ରନ କରି ଅଲଆଉଟ ହୋଇଥିଲା।

୨୦୧୯ରେ କିୱି ଦଳ କୋଟି କୋଟି ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଫାଇନାଲରେ ପ୍ରବେଶ କରିଥିଲା। ଏଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଏବେ ଭାରତୀୟ ଦଳ ୧୯ ନଭେମ୍ବରରେ ଅହମ୍ମଦାବାଦରେ ଫାଇନାଲ ଖେଳିବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲରେ ବିଜେତା ମୁହାଁମୁହିଁ ହେବେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.