Type Here to Get Search Results !

ହାତୀ ଦେଖିବାକୁ ଯାଇ ଟ୍ରାକ୍ଟର ଓଲଟି ଜଣେ ମୃତ


ଚମ୍ପୁଆ :-

ଚମ୍ପୁଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତ ପୋଖରିଆ ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଓଆର୧୭ ଏଫ ୫୯୨୪ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଗାଡ଼ିକୁ ଡ୍ରାଇଭର ମାଲିକଙ୍କ ଅଜାଣତରେ ନେଇ ନିକଟରେ ଥିବା କାଟୁଳିକନା ଗାଁ ଜଙ୍ଗଲ କୁ  ହାତୀ ଦେଖିବାକୁ ଯାଉଥିବା ବେଳେ ପୋଖରିଆ ରୁ ସିଲିପୁଞ୍ଜି ରାସ୍ତା ରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ  ଟ୍ରକର ଟ୍ରଲୀ ତଳେ ଚାପି ହୋଇ ଡ଼୍ରାଇଭର ସହିତ ସାଙ୍ଗ ହୋଇ  ଯାଉଥିବା  ପୋଖରିଆ ଗ୍ରାମର ଗଣେଶ ମୁଣ୍ଡା ପିତା ଜୟରାମ ମୁଣ୍ଡା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.