Type Here to Get Search Results !

ସେକେଣ୍ଡ୍ ସର୍ଦ୍ଦାରକୁ ଅପହରଣ ଅଭିଯୋଗରେ ବହୁ ଚର୍ଚ୍ଚିତ ଲେଡି ଡନ୍ ମହିଳା ସର୍ଦ୍ଦାର ଗିରଫ


ବଲାଙ୍ଗିର :-

 ଗତକାଲି ପାଟଣାଗଡ ପୁଲିସ୍ ଦ୍ବାରା  ଲାଠୋରର ମହିଳା ସର୍ଦ୍ଦାର ତୁଳସୀ ରଣା ଓ ତାଙ୍କର ସମ୍ପର୍କୀୟ ସହଯୋଗୀ କପସିପାଲିର ସଞ୍ଜୟ ରଣା ଓ ଅଷ୍ଟମ ରଣାଙ୍କୁ ଝୁଲେନବର ଗ୍ରାମର ଜଣେ ଯୁବକଙ୍କୁ ଅପହରଣ କରିନେଇ ଲାଠୋରର ଘରେ ଅଟକ ରଖିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କାରଣ ସ୍ବରୂପ ଅଭିଯୁକ୍ତ ପକ୍ଷରୁ କୁହାଯାଉଛି ଯେ, ଉକ୍ତ ଯୁବକ ବେଲାରସେନ ରଣା ଅଭିଯୁକ୍ତମାନଙ୍କର ଜାତିସମ୍ପର୍କୀୟ ହୋଇଥିଲେ ହେଁ, ସେକେଣ୍ଡ୍ ସର୍ଦ୍ଦାର ପାଲଟି ଶ୍ରମିକ ଯୋଗାଡ ନିମନ୍ତେ ମଧ୍ୟସ୍ଥି ସାଜି ୬ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଅଧବାଟରୁ ଶ୍ରମିକମାନଙ୍କୁ ଫେରାଇଦେଇ ଠକେଇ କରିଥିବାରୁ ତାକୁ ସେମାନେ ଗାଁ'ରୁ ଉଠାଇ ନେଇ ଅଟକ ରଖିଥିଲେ । ଏ ସମ୍ପର୍କରେ ବେଲାର ର ସମ୍ପର୍କୀୟ ସୁରେନ୍ଦ୍ର ରଣା ପାଟଣାଗଡ ଥାନାରେ ଏକ ଅପହରଣ ଅଭିଯୋଗ କରିଥିଲେ । ଶେଷରେ ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଉକ୍ତ ମହିଳା ସର୍ଦ୍ଦାର ତୁଳସୀ ରଣା ଉକ୍ତ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣର ଯୋଜନା କରୁଥିଲେ ।


ଉଲ୍ଲେଖନୀୟ ଯେ, ସଂପ୍ରତି ଦାଦନଚାଲାଣ ଋତୁରେ ଜିଲ୍ଲାରୁ ବାହାରକୁ ଦାଦନଚାଲାଣର ସୁଅ ଛୁଟୁଛି ।ବଲାଙ୍ଗିର ଶ୍ରମବିଭାଗ , ଜିଲ୍ଲା ପ୍ରଶାସନ, ଓ ସ୍ଥାନୀୟ  ପୋଲିସ୍ ର ସମ୍ପୂର୍ଣ୍ଣ ଜାଣତରେ ଏହା ରାତିଦିନ ଚାଲିଛି । ହରିଶଙ୍କର ରୋଡ ବନାମ ଲାଠୋର ରେଳ ଷ୍ଟେସନରେ ପୂର୍ବବର୍ଷ ପରି ଚଳିତବର୍ଷ ଦାଦନଶ୍ରମିକଙ୍କୁ ସର୍ବାଧିକ ଚାଲାଣ କରାଯାଉଛି । ଏହି ରେଳ ଷ୍ଟେସନ ଓ ଲାଠୋର ଥାନା ପଛରେ ବହୁ ମାତ୍ରାରେ ସର୍ଦ୍ଦାରମାନେ ବସତି ସ୍ଥାପନ କରି ରହିଛନ୍ତି ।  ଲେଡି ଡନ୍ କୁହାଯାଉଥିବା ଏହି ମହିଳା ସର୍ଦ୍ଦାର , ତାଙ୍କ ଦିଅର ଓ ଅନ୍ୟକେତକ ସର୍ଦ୍ଦାରଙ୍କର ସହିତ ଲାଠୋର ପୁଲିସ୍ ର ସୁସମ୍ପର୍କ ରହିଆସିଛି । ନିୟମିତ ମୋଟାଅଙ୍କର ବଟିନେଇ ଉପରିସ୍ଥ ଅଧିକାରୀଙ୍କୁ ତୁଷ୍ଟକରି ପୁଲିସ୍ ଏକପ୍ରକାର ଏହି ଦାଦନଚାଲାଣର ସହଯୋଗୀ ପାଲଟିଯାଇଥିବା ସମସ୍ତେ ଜାଣନ୍ତି ।  ଦୀର୍ଘବର୍ଷ ଧରି ସର୍ଦ୍ଦାରସ୍ବାମୀ ରଘୁ ରଣl ର ପ୍ରଚୁର ମଦ୍ୟପାନ କରି ପଡିରହିବା କାରଣରୁ କିଛିବର୍ଷତଳୁ ତାର ପତ୍ନୀ ଉକ୍ତ ଯୁବତୀ ତୁଳସୀ ରଣା ସାଙ୍ଗରେ ସହଯୋଗୀ  ଅସାମାଜିକ ଓ ଗୁଣ୍ଡାପ୍ରବୃତ୍ତିର ଯୁବକମାନଙ୍କୁ ରଖି ଏହି ବେପାର ସମ୍ଭାଳି ନେଇଥିଲା । ସେ ରାତିରେ ତୁରେକେଲା , କଣ୍ଟାବାଞ୍ଜି ଓ ଅନ୍ୟାନ୍ୟ ସ୍ଥାନକୁ ଦଳବଳ ଧରି ଗାଡିରେ ବୁଲି ନିଜେ ଓ ସେକେଣ୍ଡ୍ ସର୍ଦ୍ଦାରଙ୍କ ଜରିଆରେ ବର୍ଷ ବର୍ଷ ଧରି ଅଗ୍ରୀମ ଦେଇ ଶ୍ରମିକସଂଗ୍ରହ କରି ରାଜ୍ୟ ବାହାରକୁ ବେଆଇନ ଶ୍ରମିକଚାଲାଣରେ ଜଡିତ ରହିଆସିଛି । ପାଠଶାଠ ପଢିଥିବାରୁ ସେ ମଧ୍ୟ ଘରପାଖର ହରିଶଙ୍କର ରୋଡ ରେଳ ଷ୍ଟେସନରେ ବିଭାଗୀୟ  ବୁକିଂ କାଉଣ୍ଟରରେ ଟିକେଟ୍ କାଟିଥାଏ । ତା' ସମେତ ଥାନାପଛପଟର ଏହିସମସ୍ତ ଦାଦନସର୍ଦ୍ଦାରଙ୍କ ଘରକୁ ରାଜ୍ୟ ବାହାରର ତେଲୁଗୁ ତାମିଲ୍ ସେଠ୍ ମାନେ ଗାଡିରେ ଆସି କୋଟି କୋଟି ଟଙ୍କା ଅଗ୍ରୀମ ବାଣ୍ଟିବାକୁ ଦେଇଯାଇଥା'ନ୍ତି ।  ମଝିରେ ମଝିରେ କାହା କାହା ସହିତ ଏହି ମହିଳାସର୍ଦ୍ଦାର  କିଛିନପାଇଁ କୁଆଡେ ପଳାଇଯାଉଥିବା ପଡୋଶୀଦିଅର ସର୍ଦ୍ଦାରଠାରୁ ପ୍ରକାଶ । ପୂର୍ବରୁ ତା'ର ସ୍ବାମୀ ମଧ୍ୟ ଜଙ୍ଗଲରୁ କାଠଚୋରି ଓ ଅନ୍ୟାନ୍ୟ ମାମଲାରେ ଏକାଧିକବାର ଜେଲ୍ ଯାଇଥିବା ଶୁଣିବାକୁ ମିଳିଛି । ଏଣୁ ଏଭଳି ବେଆଇନ ଦାଦନଚାଲାଣ ଓ ଆପରାଧିକ କାଣ୍ଡକାର୍ଖାନା କରି ଜମି କୋଠାବାଡି ଓ ସମ୍ପତ୍ତି ଠୁଳ କରିଥିବା ଏହି ମହିଳାସର୍ଦ୍ଦାର ସଂଗଠିତ ଭାବେ ପୁଣି ଏଭଳି ଅପରାଧ ଘଟାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମାନଙ୍କ  ମଧ୍ୟ ରେ ଚର୍ଚ୍ଚା ଜୋର୍ ହେଉଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.