Type Here to Get Search Results !

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ


ଚମ୍ପୁଆ:-

ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ ଗତକାଲି ସଂଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି। ତେବେ ମୃତ ଯୁବକ ଙ୍କ ପରିଚୟ ଜଣା ପଡିନାହିଁ। ସୂଚନା ଅନୁସାରେ, ଚମ୍ପୁଆ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ରେ ଯାଉଥିବା ଲୋକଙ୍କ ଠାରୁ ମହେଶ୍ୱରପୁର ଛକ ନିକଟରେ ରାସ୍ତା ଉପରେ ଏକ ବ୍ୟକ୍ତି ପଡିଥିବା ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଥିବା ଲୋକଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିବାବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଶବ ବ୍ୟବଛେଦ କରା ଯାଇ ଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ କୌଣସି ପରିଚୟ ମିଳି ପାରି ନ ଥିବା ବେଳେ ଯୁବକଙ୍କ ବୟସ ପ୍ରାୟ ୨୨ ବର୍ଷ ହେବ ବୋଲି ଅନୁମାନ କରା ଯାଉଛି l ତେବେ ମୃତ ବ୍ୟକ୍ତିଙ୍କ ପକେଟ ରୁ ମିଳିଥିବା ଏକ ମୋବାଇଲ କୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣା ପଡିଛି। କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.