ଚମ୍ପୁଆ :-
ସରକାରଙ୍କ ତରଫରୁ ହିତାଧିକାରୀ ଚୟନ କରି ଲୋକ ମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା ବେଳେ ଅନେକ ହିତାଧିକାରୀ ନିଜ ଜମିରେ ଘର ତିଆରି ନ କରି ସରକାରୀ ଜମିରେ ଘର ତିଆରି କରୁଥିବା ଦେଖିବାକୁ ମିଳୁଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକର କୋଦଗାଡିଆ ପଞ୍ଚାୟତ ଅନ୍ତର୍ଗତ ଚିମୀଳା ଗ୍ରାମରେ । ଏହି ଗ୍ରାମର କିଛି ଲୋକ ତାଙ୍କୁ ସରକାରଙ୍କ ତରଫରୁ ମିଳିଥିବା ଆବାସ ଯୋଜନା ଘରକୁ ନିଜ ରେକର୍ଡ ଭୁକ୍ତ ଜମି ରେ ତିଆରି ନ କରି ଗ୍ରାମରେ ଥିବା ସରକାରୀ ଜମିରେ ନିର୍ମାଣ କରୁଛନ୍ତି । ତେବେ ଉକ୍ତ ସରକାରୀ ଜମିରେ ଭବିଷ୍ୟତ ରେ ବିଭିନ୍ନ ପ୍ରକାର ସରକାରୀ ଅନୁଷ୍ଠାନ ହେବାକୁ ଯୋଜନା ଥିବା ବେଳେ ଉକ୍ତ ସ୍ଥାନ ରେ ଲୋକମାନେ ତାଙ୍କ ବ୍ୟକ୍ତିଗତ ଘର ନିର୍ମାଣ କରି ସରକାରୀ ଜମିକୁ ଦଖଲ କରିବାକୁ ଉଦ୍ୟମ କରୁଥିବାକୁ ନେଇ ଚିମିଳା ଗ୍ରାମ ବାସୀ ବିରୋଧ କରିବା ସହ ଏପରି ଭାବରେ ସରକାରୀ ଜମିକୁ ଦଖଲ କରି ଆବାସ ଯୋଜନା ରେ ଗୃହ ନିର୍ମାଣ କରାଗଲେ ଆଗାମୀ ଦିନରେ ଗାଁ ର ସାମୁହିକ କାର୍ଯ୍ୟ ପାଇଁ ସରକାରୀ ଜାଗା ର ଅଭାବ ଦେଖାଦେବା ସହିତ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଗ୍ରାମ ବାସୀ ଆଶଙ୍କା ପ୍ରକଟ କରିଛନ୍ତି । ଏଣୁ ଉକ୍ତ ସରକାରୀ ଜାଗା ରେ ଆବାସ ଗୃହ ନିର୍ମାଣ କୁ ବନ୍ଦ କରିବା ପାଇଁ ଚିମିଳା ଗ୍ରାମର ୱାର୍ଡମେମ୍ବର ବୀରବର ମୁଣ୍ଡା, ସନ୍ଦୀପ କୁମାର ବାରିକ, ଚିତ୍ରସେନ ନାୟକ, ଶୁକଦେବ ବାରିକ, ବିଜୁବାରିକ ,ହରେକୃଷ୍ଣ ବାରିକ , ସହଦେବ ମୁଣ୍ଡା , ରାହାସ ବିହାରି ମହାରଣା , ଅନିଲ ବେହେରା,କନ୍ଦର୍ପ ମହାକୁଡ ,ପ୍ରଦ୍ୟୁଷ ବେହେରା ପ୍ରମୁଖ ଚମ୍ପୁଆ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ କେବଳ ଚିମିଳା ଗ୍ରାମ ନୁହେଁ ଚମ୍ପୁଆ ବ୍ଲକ ର ଅନେକ ଗାଁ ରେ ଆବାସ ଯୋଜନା ହିତାଧୀକାରୀ ମାନେ ନିଜ ପଟ୍ଟା ଭୂକ୍ତ ଜମି ରେ ଗୃହ ନିର୍ମାଣ ନ କରି ସରକାରୀ ଜମି ରେ ବ୍ୟକ୍ତିଗତ ଆବାସ ଯୋଜନା ଗୃହ ନିର୍ମାଣ କରୁଥିବା ବେଳେ ଚମ୍ପୁଆ ବ୍ଲକ ପ୍ରଶାସନ ପକ୍ଷରୁ କିପରି ସେହି ଆବାସ ଗୃହ କୁ ମଞ୍ଜୁର କରି ହିତାଧୀକାରୀ ଙ୍କୁ ଆବାସ ଯୋଜନା ର ଅର୍ଥ ପ୍ରଦାନ କରାଯାଉଛି ତାହା ଏକ ପ୍ରଶ୍ନ ବାଚୀ ହୋଇ ରହିଥିବା ବେଳେ ଚମ୍ପୁଆ ବ୍ଲକ ରେ ପୁର୍ବରୁ ଆବାସ ଯୋଜନା ରେ ଗୃହ ନିର୍ମାଣ କରିଥିବା ହିତାଧୀକାରୀ ମାନେ ନିଜ ରେକର୍ଡ ଭୁକ୍ତ ଜମି ରେ ଗୃହ ନିର୍ମାଣ କରିଛନ୍ତି ବା ସରକାରୀ ଜମି ରେ ଆବାସ ଯୋଜନା ଗୃହ ନିର୍ମାଣ କରିଛନ୍ତି ତାହା ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

