Type Here to Get Search Results !

ସ୍ବର୍ଗତ ନିତ୍ୟାନନ୍ଦ ଜେନାଙ୍କ ପାଇଁ ସ୍ମୃତି ଶ୍ରଦ୍ଧାଞ୍ଜଳି


ତିର୍ତ୍ତୋଲ :-

ତିର୍ତ୍ତୋଲ କୁମାର ଉତ୍ସବ ସମିତିର ପୂର୍ବତନ ସଭାପତି ତଥା ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ଉପନିର୍ଦେଶକ ଓ ତିର୍ତ୍ତୋଲ ଅଂଚଳର ଜଣା ଶୁଣା ସାରସ୍ୱତ ସାଂସ୍କୃତିକ ସାଧକ ସ୍ବର୍ଗତ ନିତ୍ୟାନନ୍ଦ ଜେନାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ତିର୍ତୋଲସ୍ଥିତ ବଜ୍ରମହାକାଳୀ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରକାନ୍ତ ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବାଦଲ ମହାପାତ୍ର, ପ୍ରଦ୍ୟୁମ୍ନ କିଶୋର ପରିଜା, ଲକ୍ଷ୍ମୀକାନ୍ତ ଦାସ, ବବିତା ମହାପାତ୍ର, ସଂଘମିତ୍ରା ରାୟ, ବିଷ୍ନୁପ୍ରିୟା ତ୍ରିପାଠୀ, ସେଲିନା ଦାସ, ରୀତିଶ ମହାପାତ୍ର, ସରପଞ୍ଚ ପ୍ରିୟମ୍ବଦା ରାୟ, ସମିତିସଭ୍ୟ ପ୍ରବୀର ରାୟ, ଲଲାଟ ମହାପାତ୍ର, ବିଜୟାନନ୍ଦ ନାଥ, ପ୍ରଫୁଲ ଦାସ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ,! ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅସୀତା ରାୟ, ଆରାଧ୍ୟା ରାୟ, ଅର୍ପିତା ରାୟ, ଲଛିତା ଦାସ, ଓ କୃଷ୍ଣପ୍ରିୟା ମହାପାତ୍ର, ସୁପ୍ରିୟା ରାୟ, ଓ ସ୍ୱପ୍ନା ମହାପାତ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ, ସ୍ୱାଗତ କରିବା ସହ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.