Type Here to Get Search Results !

ଗଣେଶ ଭଷାଣୀ ଗଣ୍ଡଗୋଳ ଘଟଣାରେ ଦୁଇ ଗିରଫ


ପିପିଲି :-

ଗଣେଶ ଭଷାଣୀ କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀ ମୁହାଁମୁହିଁ ହେବାରୁ ପରିସ୍ଥିତି ଜଟିଳ ହୋଇଥିଲା.ଏହି ଘଟଣାରେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଉଛୁପୁର ଓ ବ୍ରାହ୍ମଣ ଖଣ୍ଡି ଗ୍ରାମର ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ପଠାଇ ଛନ୍ତି.ଗତ ତିନିଦିନ ତଳେ ଉଛୁପୁର ପ୍ରଧାନ ସାହୀ ଏବଂ ବ୍ରାହ୍ମଣଖଣ୍ଡୀ ଗ୍ରାମର ଗଣେଶ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଗ୍ରାମ ମଧ୍ୟରେ ପଟୁଆର ଯିବାକୁ ନେଇ ସଙ୍ଘର୍ଷ ର ସୁତ୍ରପାତ ହୋଇଥିଲା।ଟେକା ପଥର ମାଡରେ ଉଭୟ ଆହାତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୃଂଖଳା ବଜାୟ ରଖିବା ଉଦ୍ୟମ କରିଥିଲେ। ଘଟଣା କୁ କେନ୍ଦ୍ର କରି ରବିବାର ଅପରାହ୍ନରେ ଉଭୟ ଗ୍ରାମର ଅନେକ ଯୁବକ ବଳଙ୍ଗା - ନୁଆସନ୍ଥ ର ମୁଖ୍ୟ ରାସ୍ତା ଉଛୁପୁର ଛକଠାରେ ମାରଣାସ୍ତ୍ର ରେ ସଙ୍ଘର୍ଷ ହୋଇଥିଲା। ଘଟଣା ସ୍ଥଳ ରଣକ୍ଷେତ୍ର ପରିଣତ ହୋଇଗଲା। ବଳଙ୍ଗା - ନୁଆସନ୍ଥ ମୁଖ୍ୟ ରାସ୍ତା ଉଛୁପୁର ଛକ ଠାରେ କିଛି ସମୟ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଗୁରୁତର ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଗଣ୍ଡଗୋଳରେ ସମ୍ପୃକ୍ତ ଦୁଇଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ ଏବେବି ଏକାଧିକ ଫେରାର ଅଛନ୍ତି । ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବା ବେଳେ ଶ୍ରୀ ପଣ୍ଡା ତୀକ୍ଷିଣ ନଜର ରଖିଥିବା ଜାଣିବାକୁ ମିଳିଅଛି। ପିପିଲିରୁ ଦିବାକର ପ୍ରଧାନଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.