ନୂଆଦିଲ୍ଲୀ :-
ଆଣ୍ଡାମାନ ସାଗରରେ ରବିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୪.୩ ମପା ଯାଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଅପରାହ୍ନ ୩ଟା ୨୯ ମିନିଟ୍ରେ ଆଣ୍ଡାମାନ ସାଗରରେ କମ୍ପନ ଅନୁଭୂତ ହୋଇଥିଲା। ତେବେ ଭୂମିକ କମ୍ପ ଯୋଗୁ ଆଣ୍ଡାମାନ ମୁଖ୍ୟ ଭୂ-ଭାଗ ଉପରେ ସେପରି କୌଣସି ପ୍ରଭାବ ପଡି ନାହିଁ। କି ସମୁଦ୍ରରେ ସୁନାମୀ ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଆଣ୍ଡାମାନ ସାଗରରେ ଅଗଷ୍ଟ ୧୮ ତାରିଖ ଦିନ କମ୍ପନ ଅନୁଭୂତ ହୋଇଥିଲା। ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ମପାଯାଇଥିଲା। ଏହା ପୂର୍ବରୁ ଆଗଷ୍ଟ ୩ ତାରିଖ ଦିନ ଆଣ୍ଡାମାନ ନିକୋବର ଦ୍ୱିପ ପୁଞ୍ଜରେ କମ୍ପନ ହୋଇଥିଲା। ଏହି କମ୍ପନ ପ୍ରତ୍ୟୁଷରେ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂମିକମ୍ପର ଉତ୍ପତି ସ୍ଥଳ ଦକ୍ଷିଣ ଆଣ୍ଡାମାନ ଜିଲ୍ଲା ସମୁଦ୍ରର ୬୧ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଏହା କମ୍ ତୀବ୍ରତାର ଭୂମିକମ୍ପ ଥିଲା ଓ ପୋର୍ଟବ୍ଲେୟରର ୧୨୭ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ କମ୍ପନ ଅନୁଭୂତ ହୋଇଥିଲା।

