ପୁରୀ :-
ଦର୍ଶନ ମିଳିବ ନାହିଁ କାଳିଆ ସାଆନ୍ତେ ଙ୍କର। ଭକ୍ତ ଙ୍କ ମନରେ ରହିବ ବିଷାଦ। ରାହୁ ରେଖା ନୀତି ପାଇଁ ଗୁପ୍ତ ନୀତି ପାଳନ ନିମନ୍ତେ ଦର୍ଶନ ଦେବେନାହିଁ କାଳିଆ ଠାକୁର।
ଆଜି ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ । ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଅବସରରେ ଆଜି ଅର୍ଥାତ୍ ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଏହି ଗୁପ୍ତ ନୀତି କରାଯିବ । ତେବେ ଏହି ଗୁପ୍ତ ନୀତି ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

