Type Here to Get Search Results !

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କୁ ନେଇ କର୍ମଶାଳା ଅନୁଷ୍ଠିତ

 


ବ୍ରଜରାଜନଗର :-

ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାନ ଗ୍ରହଣ କରୁଥିବା ବେଳେ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗଣ୍ଡଘୋରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ଯୋଜନା " ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପଣ୍ଡା ଏହି କର୍ମଶାଳାକୁ ପରିଚାଳିତ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହା ସହ ବିଦ୍ୟାଳୟ ର ସବିଶେଷ ଉନ୍ନତି ପାଇଁ ମୋ ସ୍କୁଲ ଅଭିଯାନ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଷାଦ ବିବରଣୀ ଦେବାସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ କିଭଳି ପ୍ରୟାସ କରାଯିବ ସେ ନେଇ ଆଲୋକପାତ କରିଥିଲେ। ଏହାସହ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। 



ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସନ୍ତୋଷିନି ସାହୁ, ସୁନୀତା ନାୟକ୍, ପ୍ରଭାସିନୀ ବେହେରା, ରଶ୍ମି ସାହୁ, ନିରୁପମା ଭୋଇ, ସୁନିଲ ଓରାମ ତଥା ବିଦ୍ୟାଳୟ କମିଟି ତଥା ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.