Type Here to Get Search Results !

ବଙ୍ଗୋପସାଗର ରେ ଲଘୁଚାପ, ୭ ଜିଲ୍ଲା କୁ ଅରେଞ୍ଜ୍ ୱର୍ଣିଂ

 


ଭୁବନେଶ୍ୱର :-

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ସୂଚନା ଦେଇଛନ୍ତି। ବର୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ ବାୟୁମଣ୍ଡଳର ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଛି ଘୂର୍ଣ୍ଣିବଳୟ । ତେଣୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆଶଙ୍କା କରା ଯାଉଚି। ଏ ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.