Type Here to Get Search Results !

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

 


ବିଶାଖାପାଟଣା :-

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳ ପ୍ରାୟ 6ଟାରେ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ନାନ୍ଦିଆଲା ସହରର ଜ୍ଞାନପୁରମସ୍ଥିତ ଆର. କେ. ଫଙ୍କସନ ହଲ୍ରୁ ଗିରଫ କରା ଯାଇଛି ବୋଲି ରାଜ୍ୟ ପୁଲିସ କହିଛି। ଏହା ପରେ ଟିଡିପିର ଅନେକ ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖାୟାଇଛି। ଆଇପିସିର ଧାରା 120ବି (ଅପରାଧିକ ଷଡୟନ୍ତ୍ର), ଧାରା 420 (ପ୍ରତାରଣା ଏବଂ ବେଇମାନୀ କରି ସମ୍ପତ୍ତି ପ୍ରଦାନ କରିବା) ଏବଂ ଧାରା 465 (ଜାଲିଆତି) ଅନୁୟାୟୀ ନାଇଡୁଙ୍କୁ ଗିରଫ କରାୟାଇଛି। ଏତଦ୍ବ୍ୟତୀତ ଏପି ସିଆଇଡି ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ବଳରେ ମାମଲା ରୁଜୁ କରିଛି।

ଆନ୍ଧ୍ରପ୍ରଦେଶରେ ଟିଡିପି ସରକାର ସମୟରେ 2016ରେ ଏପିଏସ୍ଏସ୍ଡିସି ପ୍ରତିଷ୍ଠା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବେକାର ଯୁବକୟୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏପି ସିଆଇଡି ମାର୍ଚ୍ଚ ମାସରେ 3,300 କୋଟି ଟଙ୍କାର ଏକ ଦୁର୍ନୀତିର ତଦନ୍ତ ଆରମ୍ଭ କରିଥିଲା ଯାହା ପ୍ରକାଶ କରିଥିଲା ଯେ ପ୍ରକଳ୍ପଟି ଉପୟୁକ୍ତ ଟେଣ୍ଡର ପ୍ରକ୍ରିୟା ଅନୁସରଣ ନକରି ଆରମ୍ଭ କରାଯାଇଥିଲା। ବ୍ୟୁରୋ ରିପୋର୍ଟ 


Post a Comment

0 Comments
* Please Don't Spam Here. All the Comments are Reviewed by Admin.