Type Here to Get Search Results !

ଚମ୍ପୁଆରେ ଗଡ଼ିଲା ଗଣତନ୍ତ୍ର ରଥ


ଚମ୍ପୁଆ :- 

 ଚମ୍ପୁଆ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୁକାନ୍ତ ମାଝୀଙ୍କ ଦ୍ୱାରା ସାଧାରଣ ଜନତାଙ୍କ ଭିତରେ ଭୋଟର ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଗଣତନ୍ତ୍ର ରଥ ଉଦଘାଟିତ ହେଇଯାଇଛି।ଏହି ରଥ ଆଗାମୀ କିଛି ଦିନରେ ଉପଖଣ୍ଡର ବିଭିନ୍ନ ସ୍ଥାନ ବୁଲି ଜନସାଧାରଣଙ୍କୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ କରିବାର ମହତ୍ତ୍ୱ, ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା, ବାସସ୍ଥାନରେ ପରିବର୍ତ୍ତନ, ପରିଚୟ ପତ୍ରରେ ବଦଳ, ଭୋଟର ତାଲିକାରେ ଅସଙ୍ଗତି ଦୂର କରିବା ଏବଂ ୧୮ ବର୍ଷରେ ଉପନୀତ ହେବାକୁ ଯାଉଥିବା ଯୁବଗୋଷ୍ଠୀଙ୍କୁ ଭୋଟର ହିସାବରେ ପଞ୍ଜୀକୃତ କରିବା ନିମନ୍ତେ ସଚେତନ କରାଇବ। ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଶର୍ମିଷ୍ଠା ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.