Type Here to Get Search Results !

ବାସୁଦେବପୁର ଥାନରେ ୨ଟି ମାମଲା ୩ଜଣ ଗିରଫ



ବାସୁଦେବପୁର :-

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନରେ ଥିବା ଅଟଳ ବିହାରି ହାଇସ୍କୁଲ ଛକଠାରେ ଚଳିତ ମାସ ୯ତାରିଖ ବିଳମ୍ୱିତ ରାତ୍ରିରେ ,ଏକ ଅଟୋରେ ୩ ଗୋରୁ ଚାଲାଣ ହେଉ ଥିବା ଜାଣି କେତେ ଜଣ ଗୋ ସେବକ ଯୁବକ ମାନେ ଗାଡ଼ିକୁ ଅଟକାଇ ଥିଲେ। ଗୋଚାଲାଣରେ ସମ୍ଫୁକ୍ତ ବ୍ୟକ୍ତି ଓ ଗାଡ଼ି ଡ୍ରାଭରଙ୍କୁ ମାଡ଼ ମରିବା ସହ ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡ଼ାଇ ନେବା ଘଟଣାରେ ବାସୁଦେବ ପୁର ପୋଲିସ ୨ଟି ମାମଲା ରୁଜୁ କରି 3ଜଣକୁ ସୋମବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି।  କିଛି ଗୋସେବକ କରିବା ବାହାନାରେ ବାସୁଦେବ ପୁର ବିଭିନ୍ନ ଅଞ୍ଚଳ ରେ ଥିବା ମୁଖ୍ୟ ରାସ୍ତାରେ ବିଳମ୍ୱିତ ରାତ୍ରିରେ ବିଭିନ୍ନ ଗାଡି ଅଟକାଇ ଦାଦା ବଟି ଆଦାୟ କରୁଥିବା ସାଧରଣରେ ଚର୍ଚ୍ଚା ହେଉଥିଲା ଦେଖିବାକୁ ମିଳୁଥିଲା। ପ୍ରକାଶ ଯେ, ଏକ ଗାଡ଼ିରେ ଗୋରୁ ଚାଲାଣ ହେଉ ଥିବା ଜାଣି ତେନ୍ତୁଳିଆ ଗ୍ରାମର ରଞ୍ଜନ ମଲ୍ଲିକ ଓ ଅନ୍ୟ କେତେଜଣ ଗୋ ସେବକ ଯୁବକ ମାନେ ଗାଡ଼ିକୁ ଅଟକାଇ ପୋଲିସ ଜୀମାରେ ଦେଇ ଥିଲେ। ନିଜକୁ ଗୋ ସେବକ ଦର୍ଶାଇ ଥିବା ଯୁବକ ଜ୍ୟୋତିରଞ୍ଜନ


ବିଶ୍ବାଳ ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କେସ ନମ୍ବର୫୧୪/୨୩ ଧାରା ,୩୭୯,୪୧୧,୪୨୯,୧୧,(a),(d),(e) ଅନୁଯାଇ ଗାଡ଼ି ଚାଳକ କିଷ୍ମତକୃଷ୍ଣ ପୁର ଗ୍ରାମର ସର୍ବେଶ୍ଵର ପଲାଇ ଓ ସୁକେଦେବ ପୁରର ସେକ ଅରସତଙ୍କୁ ଗିରଫ କରିଛି। ଅପରପକ୍ଷେ ଏହି ଗୋରୁ ଗାଡ଼ି କୁ ଅଟକାଇ ଡ୍ରାଇଭର ସର୍ବେଶ୍ଵର ପଲାଇ, ସେକ ଅରସତ ଓ ମିର ସତାର ଙ୍କୁ ଆକ୍ରମଣ ନେଇ ମୀର ସତାରଙ୍କ ଝିଅ ଅଭିଯୋଗକ୍ରମେ ପୋଲିସ ଅନ୍ୟ ପକ୍ଷେ ଏକ ମାମଲା ରୁଜୁ କରିଛି। କେସ ନମ୍ବର ୫୧୫/୨୩ ଦଫା ୩୯୨ଧାରା ଅନୁଯାୟୀ ରଞ୍ଜନ କୁମାର ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ କେତେ ଜଣ ଯୁବକ ଫେରାର ଅଛନ୍ତି। ବାସୁଦେବ ପୁର ପୋଲିସ ର ଏହି କାର୍ଯ୍ୟ କୁ ନେଇ ଆଇନ ଜିବୀ ଓ ବୁଦ୍ଧିଯିବୀ ମହଲରେ ଓ ବାସୁଦେବ ପୁର ବିଭିନ୍ନ ଅଞ୍ଚଳ ରେ ବାସୁଦେବ ପୁର ପୋଲିସ ଙ୍କୁ ପ୍ରସଂଶା କରୁଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.