Type Here to Get Search Results !

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ୮ ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନିତ କରାଯାଇଛି

ତାଳଚେର :- 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ବାସସ୍ଥାନ ଓ ସମସ୍ତ ଙ୍କ ଘରୁ ଅମୃତ କଳସ ରେ ଭବ୍ୟ ପରିବେଶରେ ବୀର ମାଟି ସଂଗ୍ରହ କରାଯାଇ ଦିଲ୍ଲୀରେ ଅମୃତ ବାଟିକା ସ୍ଥାପନ କରାଯିବ ଏଥିପାଇଁ ସମସ୍ତ ଗ୍ରାମ ସହର ବୁଲି ମାଟି ସଂଗ୍ରହ ଚାଲିଛି ବୋଲି ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ପ୍ରକାଶ କରିଛନ୍ତି।ଆଜି ଶନିବାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ର ଗୁରୁଜାଙ୍ଗୁଲି, ଖୋଲୁଆ ଲିଙ୍ଗରାକଟା,ଚାଇଁପାଳ,ନୂଆଗାଁ ଓ ପଡିଆଭଙ୍ଗା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରୀ ସାମଲ ଏଥିରେ ସାମିଲ ହୋଇ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ତଥା ଭାରତକୁ ବିଶ୍ୱଗୁରୁ କରିବା ପାଇଁ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି। ଗ୍ରାମ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା ପରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିଲା।ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ସ୍ୱାଧୀନତା ସଂଗ୍ରାମୀ ପ୍ରଭାକର ସାହୁ (୯୯) ଙ୍କୁ ତାଙ୍କ ପଡିଆଭଙ୍ଗା ବାସ ଭବନରେ ସମ୍ମାନିତ କରିଥିଲେ ଏବଂ ତାଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା।ସେହିପରି ସ୍ୱାଧୀନତା ସଂଗ୍ରାମୀ ପବିତ୍ର ଦେହୁରୀ, ଗୋପୀ ସାହୁ,ମଙ୍ଗୁଳୁ ଭୁତିଆ, ଗୋପୀନାଥ ରଥ,ଚୈତନ୍ୟ ମହାନ୍ତି,ଅମ୍ବେଇ ରଥ ଓ ଦୁର୍ଲଭ ରଥ ଙ୍କ ପରିବାର ଙ୍କୁ ଶ୍ରୀ ସାମଲ ସମ୍ମାନିତ କରିବା ସହ ତାଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା।ଭବ୍ୟ ପରିବେଶରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଅମୃତ କଳସ ଯାତ୍ରାରେ ଘରକୁ ଘର ଯାଇ ମାଟି ଆଣିଥିଲେ। ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ଅନୁଷ୍ଠାନ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ସରପଞ୍ଚ ସହଦେଵ ସାହୁ,ସୁଶାନ୍ତ ଦାସ, ମନୋଜ ପ୍ରଧାନ, ବିଭୁତି ସାହୁ,ପ୍ରଭାତ ସାହୁ, ପ୍ରଦୀପ ସାମଲ ,ଦେବବ୍ରତ ରଥ, ତପନ ତ୍ରିପାଠୀ, ଭୁବନ ବେହେରା, ସମୀର ବିଶୋଇ, ମନୋଜ ଭୁତିଆ, ଟିହିଲୁ ବେହେରା,ସଞ୍ଜୟ ବେହେରା, ରବି ବେହେରା, କାହ୍ନୁ ଗୋଛାୟତ,ବିଷ୍ଣୁ ଗଡ଼ନାୟକ, ଅଖିଳ ବେହେରା, ସୁଶାନ୍ତ ନାଏକ ଙ୍କ ସମେତ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଭବ୍ୟ ବାତାବରଣ ମଧ୍ୟରେ ଯାତ୍ରାରେ ଉପସ୍ଥିତ ଥିଲେ। ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣାଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.