Type Here to Get Search Results !

ଶିଶୁ ଯତ୍ନ ଅନୁଷ୍ଠାନ ପିଲାଙ୍କ ପାଇଁ ନୂଆଁଖାଇ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସ୍ତ୍ର ଅଭିଯାନ

 


ଝାରସୁଗୁଡ଼ା :-

 ନୂଆଖାଇ ଉପଲକ୍ଷେ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଛି। ନୂଆଖାଇ ରେ ଛାତ୍ରଛାତ୍ରୀ ମାନେ ଯେପରି ନୂତନ ପୋଷାକ ପରିଧାନ କରିବେ ସେଥି ପାଇଁ ନୂଆଖାଇ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ଓ ବେଲପାହାଡ଼ ଉଭୟ ସ୍ଥାନରେ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ପସନ୍ଦର ପୋଷାକ କ୍ରୟ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.