Type Here to Get Search Results !

ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ


ବଲାଙ୍ଗିର:- 

ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ । ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ତଥା କୃଷି ବିଭାଗର ଅଧିକାରୀ ସମୂହ ଗତ ୩୧ ତାରିଖ ଦିନଠାରୁ ସମୂହ ଛୁଟି ନେଇ ଶୀତଳ ଭଣ୍ଡାର ନିକଟସ୍ଥ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଉଦ୍ୟାନ କୃଷି ସେବା କେଡ଼ର୍‌ର ପୁନର୍ବିନ୍ୟାସ ୨୦୧୨ ମସିହାରେ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବର୍ଦ୍ଧିତ କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ୨୦୧୯ ମସିହା ଶେଷ ସୁଦ୍ଧା ପୁନର୍ବିନ୍ୟାସ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୫-ଟି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମାତ୍ର ସରକାରଙ୍କୁ କେଡ଼ର୍‌ ପୁନର୍ବିନ୍ୟାସ କରିବା ପାଇଁ ସେମାନେ ଯେତିକି ନିବେଦନ କଲେ ମଧ୍ୟ ସେଥିପ୍ରତି ଅଣଦେଖା କରି ସମୟ ଅନୁସାରେ ନ୍ୟାୟୋଚିତ ପଦକ୍ଷେପ ନେଉ ନଥିବାରୁ ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘର ନିଷ୍ପତ୍ତି କ୍ରମେ ବଲାଙ୍ଗିର ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ସମୂହ ଛୁଟି ନେଇ ୬ ଦଫା ଦାବୀ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ସେମାନଙ୍କ ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.