ବ୍ରଜରାଜନଗର :-
ଝାରସୁଗୁଡ଼ା ବ୍ଲକ୍ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦିନୀମାଲ ଗ୍ରାମପଞ୍ଚାୟତ ର ବରପାଲି ଗ୍ରାମଠାରେ ସୋମବାର ଦିନ ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଙ୍କ ଦ୍ଵାରା ବରପାଲି ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଅଛି । ଉକ୍ତ ପ୍ରକଳ୍ପ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା ରେ ଯାତ୍ରା ମଣ୍ଡପ ଠାରେ ଗୋଷ୍ଠି କେନ୍ଦ୍ର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା,ଜଗନ୍ନାଥ ୟୁଥ୍ କ୍ଲବ୍ ର ପୁନଃରୁଦ୍ଧାର ପାଇଁ ୩ ଲକ୍ଷ ଟଙ୍କା,ଶିବ ମନ୍ଦିର ଠାରେ କମ୍ୟୁନିଟୀ ସେଣ୍ଟର୍ ନିର୍ମାଣ ୨ ଲକ୍ଷ ଟଙ୍କା,ଗ୍ରାମର ଗୋବିନ୍ଦପୁର ଠାରେ ୪ ଲକ୍ଷ ଟଙ୍କା କମ୍ୟୁନିଟୀ ସେଣ୍ଟର୍ ନିର୍ମାଣ ନିମନ୍ତେ ବିଧାୟିକା ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ଚିତ୍ରେଣୀ ପଟେଲ,ଜିଲ୍ଲା ପରିଷଦ ସଭ୍ୟା ଜୋନ -୧ ଶ୍ରୀମତୀ ଝରଣା ସାଗର,ଚାନ୍ଦିନୀମାଲ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମିଶ୍ର,ସମିତି ସଭ୍ୟ ଯତୀନ ଦେଓ, ଲୋଇସିଂହ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ସନାତନ ରୋହିଦାସ,ଝାରସୁଗୁଡ଼ା ବ୍ଲକ୍ ବିଧାୟିକା ପ୍ରତିନିଧି ଗଣେଶରାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଗ୍ରାମର ପୀତବାସ ବଢ଼ାଇ, ଡ଼ଗ୍ର ବିଶି,ଭୁଗିସ ଚନ୍ଦ୍ର ରାଉତ,ଦୁର୍ଗାଚରଣ ଭୋଇ,କିଶୋର ଚନ୍ଦ୍ର ବଢ଼ାଇ,ସନ୍ତୋଷ ନାଏକ ସମେତ ମିଶନ ଶକ୍ତିର ସଦସ୍ୟା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

