Type Here to Get Search Results !

ମିଳିବ ମାଗଣା ପୁସ୍ତକ, ଉପକୃତ ହେବେ ଘରୋଇ ସ୍କୁଲ ଛାତ୍ରଛାତ୍ରୀ

 


ଭୁବନେଶ୍ୱର :-

ବର୍ତମାନ ଘରୋଇ ତଥା ଅଣଆନୁଷ୍ଠାନିକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମିଳିବ ମାଗଣା ପୁସ୍ତକ। ଯୋଗେଇବେ ରାଜ୍ୟ ସରକାର। 

ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ଠାରୁ ଘରୋଇ ତଥା ଅଣଆନୁଷ୍ଠାନିକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ ମାଗଣା ପୁସ୍ତକ ଯୋଗାଇବେ ରାଜ୍ୟ ସରକାର। ପ୍ରାୟ ୩୬୨୦ ଘରୋଇ ତଥା ଅଣଆନୁଷ୍ଠାନିକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ରେ ଅଧ୍ୟୟନରତ ୫ ଲକ୍ଷ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ହେବେ ଉପକୃତ। ଏଥିପାଇଁ ରାଜ୍ୟ ସରକାର ଙ୍କୁ  ପ୍ରାୟ ୯ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳ ବୋଝ ବହନ କରିବାକୁ ପଡ଼ିବ। ପୂର୍ବରୁ ରାଜ୍ୟ ସରକାର କେବଳ ସରକାରୀ ବିଦ୍ୟାଳୟ ତଥା ପଶ୍ଚିମବଙ୍ଗ, ଗୁଜୁରାଟ, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶର ସମସ୍ତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଯୋଗାଇ ଆସୁଥିଲେ। କିନ୍ତୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ସମସ୍ତ ଘରୋଇ ତଥା ଅଣଆନୁଷ୍ଠାନିକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ଏହି ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର। ତେବେ କେବଳ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହିଁ ଏହି ସୁବିଧା ପାଇ ପାରିବେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.