Type Here to Get Search Results !

କଂଗ୍ରେସ ପକ୍ଷରୁ ଆଦିବାସୀ ଗୌରବ ପର୍ବ ପାଳନ

 


କିର୍ମିରା :-

ପ୍ରଦେଶ କଂଗ୍ରେସ ସଭାପତି ନିର୍ଦେଶ ରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା କିର୍ମିରା ବ୍ଲକ ର ଭୀମଜୋର ଗ୍ରାମରେ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ "ଆଦିବାସୀ ଗୌରବ ପର୍ବ "ପାଳନ କରାଗଲା । ଉକ୍ତ ପର୍ବରେ ଶତାଧିକ ଆଦିବାସୀ ମହିଳା ପୁରୁଷ ଯୋଗଦାନ କରିଥିଲେ। ଏହି ଆଦିବାସୀ ପର୍ବରେ କଂଗ୍ରେସ ଜିଲ୍ଲା ସଭାପତି ସିଆରମ ଦାସ, କିର୍ମିରା କଂଗ୍ରେସ ବ୍ଲକ ସଭାପତି ଅଶ୍ୱିନୀ ବିଶ୍ୱାଳ, ଲାଇକେରା ବ୍ଲକ ସଭାପତି ଶ୍ରୀ କୃଷ୍ଣ ଭୋଇ, କୋଲାବିରା କଂଗ୍ରେସ ସଭାପତି ଶ୍ରୀକର ସାହୁ, ଲଖନପୁର ବ୍ଲକ ସଭାପତି ଶ୍ରୀ ଲିଙ୍ଗରାଜ ବଢ଼େଇ, ପ୍ରଦେଶ କଂଗ୍ରେସ ସମ୍ପାଦକ ଅମିତା ବିଶ୍ୱାଳ,ପ୍ରଦେଶ କଂଗ୍ରେସ ବେଲପାହାଡ ଟାଉନ କଂଗ୍ରେସ ସଭାପତି ଭାସ୍କର ପଟେଲ, ସୁବ୍ରତ ପ୍ରଧାନ,ତରୁଣ ପାଣ୍ଡେ, ଗୋବିନ୍ଦ ଅଗ୍ରୱାଲ ଦେବାନନ୍ଦ ବାରିକ, ପୁର୍ଣ୍ୟବାନ ନାୟକ, ନିଖିଳ ଘୋଷ ଭୂପେନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ଛଚlନ, ସଞ୍ଜୟ ମହାପାତ୍ର, ଅଲେଖ କୁମାର,ଏବଂ ଉକ୍ତ ଗ୍ରାମର ଦୂତିଆ କିସାନ ପ୍ରମୁଖ ଉପସ୍ଥିତ ଥିଲେ, ସଭାର ଆୟୋଜନ କଂଗ୍ରେସ ନେତା ଗୋବିନ୍ଦ ଅଗ୍ରୱାଲ କରିଥିଲେ । ଏହି ସଭାରେ ଆଦିବାସୀ ଙ୍କ ଦେଶ ପାଇଁ ବଳିଦାନ ତଥା କେନ୍ଦ୍ର ରେ ଥିବା ବିଜେପି ସରକାର ଷଡଯନ୍ତ୍ର କରି ଆଦିବାସୀ ମାନଙ୍କ ସମସ୍ତ ହକ ଅଧିକାର, ବିଭିନ୍ନ ଆଇନ କୁ ସମାପ୍ତ କରୁଥିବା ବିଷୟରେ ତଥା କଂଗ୍ରେସ ଦଳ ସବୁବେଳେ ଆଦିବାସୀ ମାନଙ୍କ ହକ ଅଧିକାର ପାଇଁ କାର୍ଯ୍ୟ କରି ଆସୁଛି ବୋଲି କଂଗ୍ରେସ କର୍ମ କର୍ତ୍ତା ମନେ ବକ୍ତୃତା ରେ କହିଥିଲେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.