ବ୍ରଜରାଜନଗର :-
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ରାଜପୂର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଚାନକ ପରିଦର୍ଶନ କଲେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ ନାରୱାନେ। ବାରମ୍ବାର ରାଜପୂର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତରଙ୍କ ଅନୁପସ୍ଥିତ ଓ ଅନେକ ସମସ୍ୟା କୁ ନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ତେବେ ଆଜି ହଠାତ୍ ଜିଲ୍ଲାପାଳ ଉକ୍ତ ଚିକିତ୍ସାଳୟ ରେ ପହଞ୍ଚିବା ସହ ଡାକ୍ତରଙ୍କ ଅନୁପସ୍ଥିତି ସହ ଡାକ୍ତରଖାନା କର୍ମଚାରୀ ଙ୍କ ଅନୁପସ୍ଥିତି ଦେଖିବାକୁ ପାଇଥିଲେ। ଜିଲ୍ଲାପାଳ ଙ୍କ ପହଞ୍ଚିବା ଖବର ପାଇ ଡାକ୍ତରଖାନା ର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ହଡବଡେଇ ଯାଇ ପହଞ୍ଚିଥିଲେ। ତେବେ ଏହାକୁ ନେଇ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା।
ଏହାସହ ଜିଲ୍ଲାପାଳ ଅଞ୍ଚଳର ଅଧିବାସୀଙ୍କ ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବ୍ୟୁରୋ ରିପୋର୍ଟ


