ଲଖନପୁର/ ରେଙ୍ଗାଲି :-
ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ଖଣ୍ଡ ମୌଜା ସେମିଲିଆ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କେତେକ ଲୋକେ ବାରହା ଶିକାର ପାଇଁ ଗାଁ ନିକଟରେ ବିଦ୍ୟୁତ ତାର ବିଛାଇଥିଲେ। ଏହି ଜୀବନ୍ତ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଗ୍ରାମର ଜଣେ ବ୍ଯକ୍ତି ମୃତ୍ଯୁବରଣ କରିଛନ୍ତି। ମୃତ ବ୍ଯକ୍ତି ଜଣଙ୍କ ହେଲେ ଛବିଳ ସା(୫୪)ବୋଲି ଜଣାପଡିଛି। ଖବରପାଇ କଣ୍ଢେଇକେଲା ଫାଣ୍ଡି ପୋଲିସ୍ ଗ୍ରାମରେ ପହଁଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ମୁଖ୍ଯ ଅଭିଯୁକ୍ତ ଫେରାର ରହିଥିବାବେଳେ ଅନ୍ଯଜଣେ ଅଭିଯୁକ୍ତଙ୍କୁ ପୁଲିସ ଅଟକରଖି ପଚରା ଉଚରା ଚଳାଇଛି । ଲଖନପୁର ରୁ ସମୀର ଙ୍କ ରିପୋର୍ଟ

