ଭୁବନେଶ୍ୱର :-
ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏହା ସହ ପୁଣି ଏକ ଲଘୁଚାପ ଓଡ଼ିଶାରେ ପହଞ୍ଚିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ୧୧ ଜିଲ୍ଲାକୁ ଅରେଞ୍ଜୱାର୍ଣିଂ ଓ ୧୫ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଅରେଞ୍ଜ ୱାର୍ଣିଂ ରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
ଆଗକୁ ବର୍ଷା ର ପ୍ରଭାବ ବଢିବା ନେଇ ସମସ୍ତ ଜିଲ୍ଲାପାଳ ଓ ପୌର କମିଶନ ଙ୍କୁ ସତର୍କ ରହିବାକୁ SRC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତତ୍ ସହ ତଳୁଆ ଅଞ୍ଚଳ ପାଇଁ ଜଳ ନିଷ୍କାସନ ପାଇଁ ପମ୍ପ ଗୁଡ଼ିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ଏହି ନିର୍ଦ୍ଦେଶନାମା ଜାରି କରିଛି SRC। ବ୍ୟୁରୋ ରିପୋର୍ଟ


