Type Here to Get Search Results !

ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

 


ଭୁବନେଶ୍ୱର :-

ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗିରହିଛି ବର୍ଷା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଏବଂ ସମ୍ବଲପୁର ଜିଲ୍ଲାର କିଛି ଇଛି ଅଂଚଳରେ ଅତି ପ୍ରବଳ ବର୍ଷ ( ୭ ରୁ ୨୦ ସେମି ) ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ହେତୁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି। ସେହିପରି କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ଏବଂ ନୂଆପଡା ଜିଲ୍ଲାକୁ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି। ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା  ରହିଛି । ସହରାଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ । ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି । ସେହିପରି ତଳୁଆ ଚାଷଜମି ଗୁଡିକରେ ପାଣିଜମିବାର ସମ୍ଭାବନା ଥିବାରୁ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସୂଚନା ଦେଇଛି ପାଣିପାଗ ବିଭାଗ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.