ବଲାଙ୍ଗୀର :-
ବଲାଙ୍ଗିର ଜିଲା ର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପ୍ୟାକ୍ସରେ ନିଯୁକ୍ତି ଦେବା ଯୋଜନା ପ୍ରସ୍ତୁତ ହୋଇଥିବା ଅଭିଯୋଗ ହେଉଛି। ଯଦି ଯାଞ୍ଚ ବେଳେ କାଗଜପତ୍ର ଦେଖିବାରେ କିଛି ତ୍ରୁଟି ଥିଲା ତାହେଲେ କାନ୍ଥରେ ଛାପିଥିବା ତାଲିକା ସାଙ୍ଗେ ସାଙ୍ଗେ ପରିବର୍ତ୍ତନ ନକରିବଢ଼ିବା ଓ ଅନିୟମିତତା ଗତ ଫେବ୍ରୁଆରି ୨୪ ତାରିଖ ଦିନ କିଛି ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶ ପାଇଥିଲା । ଏବେ ସମ୍ପାଦକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହା ସତ ଦୁର୍ନୀତି ଢାଙ୍କିବାକୁ ସାତଦିନ ପରେ କାହିଁକି ପଦକ୍ଷେପ ଚାଲିଛି ଉଦ୍ୟମ।ପ୍ରମାଣିତ ହୋଇଛି। ଏବେ ଘଟଣାରେ ସଂପୃକ୍ତ ଥିବା ଅଧିକାରୀମାନଙ୍କ ମଧ୍ୟରେ ଛନକା ପଶିଛି ।ସୂଚନାଯୋଗ୍ୟ ଯେ, ସଂପାଦକ ପଦ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଉକ୍ତ ତାଲିକା ପ୍ୟାକ୍ସ କାର୍ଯ୍ୟାଳୟ କାନ୍ଥରେ ଛପାଯାଇଥିଲା। ପରେ କିନ୍ତୁ, ଉକ୍ତତାଲିକାରେ ତ୍ରୁଟିଥିବା ଦର୍ଶାଇ ପ୍ରଥମ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ବାଦ୍ ଦେଇ ଚତୁର୍ଥ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ନିଆଯାଉଛି ବୋଲି ଆଶାୟୀ ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି। ଏପରିକି ପ୍ୟାକ୍ସର ଜଣେ ପଦସ୍ଥ କର୍ମଚାରୀ ନିଯୁକ୍ତି ପୂର୍ବରୁ ଚୟନ ହୋଇଥିବା ସୀତାକାନ୍ତ ମାଝୀଙ୍କୁ ଡାକି ଏକ ଭୋଜି ଦେବାକୁ କହିଥିଲେ । ହେଲେ ଏହି ଭୋଜି ଦେବାରେ ବିଳମ୍ବ ହେବାରୁ ସଂପାଦକ ଚୟନରେ ପରିବର୍ତ୍ତନ ହୋଇଥିବା ଅର୍ଜୁନପୁର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏପରିକି ଗତ ଶୁକ୍ରବାର ପ୍ୟାକ୍ସ କାର୍ଯ୍ୟାଳୟରେ ଏକ ବୈଠକ କରି ତଦନ୍ତ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବକରି ପ୍ରକ୍ରିୟା ଶେଷ କରିଥିବା ଜଣାଯାଇଛି।ଦେଖିବାକୁ ବାକି ରହିଲା ସୀତାକାନ୍ତ ମାଝୀ ଙ୍କୁ ନ୍ୟାୟ ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ରେ ଚର୍ଚ୍ଚା ଚାଲିଛି l ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

