Type Here to Get Search Results !

ଜିଲ୍ଲା ସ୍ତରୀୟ ଅଣା, ଗାଁ କଲ୍ୟାଣ ସମିତି,ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମାବେଶ


ଝାରସୁଗୁଡ଼ା :-

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ,ସ୍ୱାସ୍ଥ୍ୟ ସେବାକୁ ଅନୁଷ୍ଠାନ ବାହାରକୁ ନେଇ ଗୋଷ୍ଠୀ ଓ ପରିବାର ପାଖରେ ପହଞ୍ଚାଇବାରେ ଆଶାମାନଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଆହ୍ବାନକୁ ସାମ୍ନା କରି ନିଜ କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନରେ ବ୍ରତୀ ଆଶାକର୍ମୀମାନଙ୍କୁ ଆମ ଦେଶର ଆଶା ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ମତବ୍ୟକ୍ତ କରିଛନ୍ତି। ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଆଶାକର୍ମୀଙ୍କ ଜିଲ୍ଲା ସ୍ତରୀୟ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସାମଲ ଉଦ୍ଘାଟନ କରିଥିଲେ। କରୋନା ସମୟରେ ଅଙ୍ଗନବାଡ଼ି କର୍ମୀ , ସ୍ଵାସ୍ଥ୍ୟକର୍ମୀଙ୍କ ସହ ମିଶି ଆଶାକର୍ମୀମାନଙ୍କ ଦ୍ୱାରା କରାଯାଇଥିବା ସଚେତନତା ସୃଷ୍ଟି ଓ ସ୍ୱାସ୍ଥ୍ୟ ସେବାକୁ ଜିଲ୍ଲାପାଳ ସ୍ମରଣ କରିଥିଲେ। ସମାବେଶରେ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁପ୍ରଭା ବାରିକ ଓ ଡାକ୍ତର ରାଧାରମଣ ବିର୍ତ୍ତିଆ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ,ଡି ପି ଏମ୍ ବୁଲୁନାଥ ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁନିଶା ବେଗମ ପ୍ରମୁଖ ଆଶାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜିଲ୍ଲାପାଳ ପୁରସ୍କାର ଓ ପ୍ରଶଂସା ପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତା ଲଳିତା ଷଣ୍ଢ ଓ ମୁନ୍ଦ୍ରାଜୋର ସି ଏଚ ସିର ସୌଦାମିନୀ ବାଗ ଯୁଗ୍ମ ଭାବରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କିର୍ମିରା ସି ଏଚ ସିର ଜ୍ୟୋତ୍ସ୍ନା ନାଏକ ଓ ମୁନ୍ଦ୍ରାଜୋରର ଭୂମିସୂତା ପ୍ରଧାନ ଯୁଗ୍ମ ଦ୍ଵିତୀୟ ଏବଂ ଲଖନପୁରର ସଫେତ ସାହୁ,ବ୍ରଜରାଜନଗରର ସାରକା ନାଏକ , କୋଲାବିରାର ଜୟନ୍ତୀ ପଟେଲ ଓ ମୁନ୍ଦ୍ରାଜୋରର ଶଶୀ ପିଙ୍ଗ ମିଳିତ ଭାବରେ ତୃତୀୟ ସ୍ଥାନ ହାସଲ କରିଥିଲେ । 

Post a Comment

0 Comments
* Please Don't Spam Here. All the Comments are Reviewed by Admin.