Type Here to Get Search Results !

ଚାଷୀ ପ୍ରସଙ୍ଗ କୁ ନେଇ ବିଜେପି ର ପ୍ରେସମିଟ


ପଦ୍ମପୁର :-

ଗତ କିଛି ଦିନ ହେଲା ଆସିର୍ଣ୍ଣ ପଦ୍ମପୁର ଉପ-ନିର୍ବାଚନ କୁ ନେଇ ମାହୋଲ ସରଗରମ ଥିବା ବେଳେ ଘୋଷଣା ପୁର୍ବରୁ ହିଁ ଘୋଷଣା ଯୋଜନା ଏବଂ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ଗତ କିଛି ଦିନ ପୁର୍ବରୁ ଭର୍ଚୁଆଲ ମୋଡ ରେ ପ୍ରକଳ୍ପ ଉଦ୍ଦଘାଟନ ସମୟରେ କୃଷି ବିମା ରାଶି ପ୍ରଦାନ କୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦାୟୀ କରିଥିବା ବେଳେ କେନ୍ଦ୍ର ସରକାର ଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଚାଷୀ ସମସ୍ୟା ସମାଧାନ ପାଇଁ ଏସ.ଟି.ଏସି. ଗଠନ ନକରି ନିଜ ମାନ ମୁତାବକ ଏସ.ଏଲ.ଟି.ସି. ନାମକ ଏକ କମିଟି ଗଠନ କରିଛନ୍ତି ଯାହା । ବୈଧ ବୋଲି କେନ୍ଦ୍ର ସରକାର ଚିଠି କରିଥିବା ସତ୍ୱେ ରାଜ୍ୟ ସରକାର ଗାଇଡ ଲାଇନ ଓ ଚିଠି କୁ ଖାତିର ନକରି ମନମାନି କରିବା ରୁ ଚାଷୀ ବୀମା ପାଇବାରୁ ଏପର୍ଯ୍ୟନ୍ତ ବଂଚିତ ହୋଇଛନ୍ତି ବୋଲି ବିଜେପି ପ୍ରେସମିଟ ରେ କହିଥିବା ବେଳେ ରାଜ୍ୟ ସରକାରେ କୁମ୍ଭୀର କାନ୍ଦଣା କରି ସମସ୍ତ ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ମନ୍ତ୍ରୀ ଙ୍କୁ ପଠେଇ ଚାଷୀଙ୍କୁ ଭୁଆଁ ବୁଲୋଇଛି ବୋଲି କହିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ ବିଜେପି କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ,ରେଙ୍ଗାଲି ବିଧାୟକ ନାଉରି ନାଏକ,କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାଏକ ତଥା ରାଜ୍ଯ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । ତେବେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା, ବିଜେପୁର ବିଧାୟକ ପ୍ରାର୍ଥୀ ସନତ କୁମାର ଗଡତିଆ, ରାଜ୍ଯ ଯୁବମୋର୍ଚ୍ଚାର ସମ୍ପାଦକ ପ୍ରୀତେଶ କୁମାର ବହିଦାର, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ, ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା, ଏବଂ ନଗର ସଭାପତି ସୁନୀଲ ଅଗ୍ରୱାଲ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.