ବଲାଙ୍ଗିର :-
ବଲାଙ୍ଗିର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନ ରେ ମିଶନ ଶକ୍ତି ବିଭାଗ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ରାଲି କୁ ଡ଼ି ଏସ ପି ଭିଜିଲାନ୍ସ ,ବଲାଙ୍ଗିର ପୁଲସ୍ତି ଛତ୍ରିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଲି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟ।ଲୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ରାଲି ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଳ ଦୀପ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ,ଓରମାସ ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ କମଳେନ୍ଦୁ ପଲ , ମିଶନ ଶକ୍ତି ଡିପିସି ସୁମନ ଦ୍ଵିବେଦୀ ,ଜିଲ୍ଲା ଏବଂ ବ୍ଲକ ମିଶନ ଶକ୍ତି ଟିମ ,ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସ୍ତରୀୟ ମହାସଂଘ ,ବ୍ଲକ ସ୍ତରୀୟ ମହାସଂଘ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ର କର୍ମଚାରୀ ମାନେ ଯୋଗଦେଇଥିଲେ ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

