Type Here to Get Search Results !

ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

 


ଭଦ୍ରକ :-

ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ କଂଗ୍ରେସ ର ଭାରତ ଯୋଡ ଯାତ୍ରା ଦେଶରେ ହଇ ଚଇ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ପ୍ରଦେଶ କଂଗ୍ରେସ ର ସଭାପତି ଶ୍ରୀ ଶରତ ପଟନାୟକ ଙ୍କ ନେତୃତ୍ୱରେ ଏହା ଅକଟୋବର 31 ତାରିଖରୁ ଭୁବନେଶ୍ୱର ରୁ ଆରମ୍ଭ ହୋଇ ଯାଜପୁର ଜିଲ୍ଲା ଅତିକ୍ରମ କରିବାକୁ ବସିଛି । ଓଡ଼ିଶାରେ "ପରିବର୍ତନ ଯାତ୍ରା" ଭାବରେ ନାମିତ ଏହି ଯାତ୍ରା 100 କିମି ଅତିକ୍ରମ କରି ସାରିଲାଣି । ଆସନ୍ତା 7 ତାରିଖ ସକାଳ 8 ଟାରେ ଏହା ଭଦ୍ରକ ଜିଲ୍ଲାର ଆଖୁଆପଦା ନିକଟରେ ପ୍ରବେଶ କରିବ । ଆଖୁଆପଦା ନିକଟରେ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ନଳିନୀ କାନ୍ତ ମହାନ୍ତି ଙ୍କ ସମେତ ଜିଲ୍କାର ସମସ୍ତ ନେତୃ ମଣ୍ଡଳୀ ଶ୍ରୀ ଶରତ ପଟନାୟକ ଓ ଯାତ୍ରୀ ମାନଙ୍କୁ ସ୍ୱାଗତ କରିବେ l 7 ତାରିଖ ରାତିରେ ସେମାନେ ଧାମନଗର ଛକ ସ୍ଥିତ ଧରଣୀ ସୁଗାର ମିଲ ରେ ରାତ୍ରିଯାପନ କରିବେ । 8 ତାରିଖ ସକାଳ 8 ଟାରେ ପଦଯାତ୍ରା ଆରମ୍ଭ ହେବ ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଯାତ୍ରୀଙ୍କୁ ଆରଡ଼ି ଛକ ନିକଟରେ ଯାତ୍ରୀ ମାନଙ୍କୁ ସ୍ୱାଗତ କରାଯିବ । ଭଦ୍ରକ କଚେରୀ ବଜାର ଦେଇ ପଦଯାତ୍ରା ଯିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟାନ ଭୋଜନ ଆୟୋଜିତ ହେବ । ଅପରାହ୍ନ 3 ଟାରେ ପୁଣି ପଦ ଯାତ୍ରା ଆରମ୍ଭ ହୋଇ ଚରମ୍ପା ଅତିକ୍ରମ କରିବା ପରେ ରାଣୀତାଲ ନିକଟରେ ବାଲେଶ୍ୱର ଜିଲ୍ଲା କୁ ପ୍ରବେଶ କରିବ ।

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ସରକାରଙ୍କ ପ୍ରତାରଣା, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ର ଅବନତି, ନିଶା କାରବାର ବୃଦ୍ଧି, ସଳନ୍ଦୀ ସଂସ୍କାର ଯୋଜନାରେ ବ୍ୟାପକ ହରିଲୁଟ, ବୈତରଣୀ ନଦୀ ରେ ବାଲି ଚୋରା ଚାଲାଣ ରେ ସାଶକ ଦଳର ସମ୍ପୃକ୍ତି, ବନ୍ୟା ପରିଚାଳନାରେ ଅପାରଗତା, ବେକାରୀ ବୃଦ୍ଧି ଇତ୍ୟାଦି ପ୍ରସଙ୍ଗ ଗୁଡିକୁ ଏହି ଯାତ୍ରା ସମୟରେ ପ୍ରାଧାନ୍ୟ ଦିଆଯିବ ।

ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବଦିକ ସମ୍ମିଳନୀ ରେ କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଯୋଗ ଦେଇ ଓଡ଼ିଶାରେ ରାଜନୈତିକ ସତ୍ତା ର ପରିବର୍ତନ ପାଇଁ ଏହି ଯାତ୍ରା ଆୟୋଜିତ ହୋଉଛି ବୋଲି କହି ଥିଲେ । ଏହା ସହିତ ସ୍ଥାନୀୟ ସମସ୍ୟା ଗୁଡିକୁ ଲୋକ ଲୋଚନ କୁ ଅଣା ଯିବ । ବିଜେପି ଓ ବିଜେଡି ର ପ୍ରତାରଣା ଓ କୁଶାସନ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରି କଂଗ୍ରେସ କୁ ଓଡ଼ିଶାରେ ବିକଳ୍ପ ଶକ୍ତି ଭାବରେ ଉଭା କରାଇବା ହେଉଛି ଏହି ପରିବର୍ତ୍ତନ ଯାତ୍ରା ର ଲକ୍ଷ୍ୟ ବୋଲି ଶ୍ରୀ ଦାସ କହିଥିଲେ ।

ଆଜିର ସାମ୍ବାଦିକ ସମ୍ମିଳନୀ ରେ ଜିଲ୍କା ସଭାପତି ଶ୍ରୀ ସୁବ୍ରତ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ମହାନ୍ତି, ଭାରତ ଯୋଡ ଯାତ୍ରା ର ସଂଯୋଜକ ଅସରାଫ ଅଲ୍ଲୀ ଖାନ, ରାଜନ ଲାହା, ଗୟାଧର ସେଠୀ, ପୀତବାସ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.