ତାଳଚେର :-
ତାଳଚେର ଓକିଲ ସଂଘର ମଧୁ ବାବୁ ସମ୍ମିଳନୀ କକ୍ଷରେ ଏକ ଜରୁରୀ କାଳୀନ ସାଧାରଣ ବୈଠକ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓକିଲମାନେ ନିରବଚ୍ଛନ୍ନ ଭାବରେ ଗତ ତା୨୮/୧୦/୨୦୨୨ ରିଖରୁ ଶାନ୍ତିଶୃଙ୍ଖଳା ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି । ଇତି ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସମସ୍ତ ବାର୍ ଆସୋସିଏସନ୍ ଅନୁଗୋଳ, ପାଲଲହଡା, ବଅଁରପାଳ, ଆଠମଲ୍ଲିକ୍, ଛେଣ୍ଡିପଦା) ତାଳଚେର ଓକିଲ ସଂଘକୁ ସେମାନଙ୍କର ସମର୍ଥନ ଦେଇ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟକଳାପ ପାଇଁ ନିନ୍ଦା ପ୍ରସ୍ତାବ ମାନ ଦେଇଛନ୍ତି । ଏହାକୁ ମଧ୍ୟ ହାଇକୋର୍ଟ ବାର୍ ଆସୋସିଏସନ୍, ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ସମର୍ଥନ ଜଣାଇ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି । ଯଦି ଓକିଲ ମାନଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମା ଯଥା-ଏହିକି ଯେ, ଗତ ତା୨୫/୧୦/୨୦୨୨ ରିଖରେ କୋଲିୟରୀ ଥାନା ଦ୍ୱାରା ଫରୱାର୍ଡ ହୋଇଥିବା ମୁଦାଲା ନିମନ୍ତେ ଜାମିନ୍ ପାଇଁ ଓକିଲାତିନାମା ଦାଖଲ କରିଥିବା ବର୍ତମାନର ଓକିଲ ସଂଘର କାର୍ଯ୍ୟକର୍ତା ଓ ପୂର୍ବତନ କାର୍ଯ୍ୟକର୍ତାଙ୍କ ବିରୋଧରେ କୋଲିୟରୀ ଥାନା ଇନ୍ଚାର୍ଜ ଆର.କେ.ପଟ୍ଟନାୟକଙ୍କ ପ୍ରରୋଚନାରେ ତାଳଚେର କୋର୍ଟ ସି.ଏ.ଏସ୍.ଆଇ. ଉଦ୍ଦେଶ୍ୟ ମୂଳକ ଭାବେ କରିଥିବା ମିଥ୍ୟା ମକଦ୍ଦମାକୁ ଯଦି ପ୍ରତ୍ୟାହାର କରାନଯାଏ ଏବଂ ସଂପୃକ୍ତ ସି.ଏ.ଏସ୍.ଆଇ. ସଂଜୟ ନାୟକଙ୍କୁ ନିଲମ୍ବିିତ ଓ ଅନ୍ୟ ଷ୍ଟାଫ ମାନଙ୍କୁ ବଦଳି କରାନଯାଏ ତାହେଲେ ଉପରୋକ୍ତ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ପୋଲିସ୍ ଜୁଲମ ବିରୁଦ୍ଧରେ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସାଧାରଣ ବୈଠକରେ ନିଷ୍ପତି ହୋଇଅଛି । ପୋଲିସ୍ ର ଏତାଦୃଶ ବେଆଇନ୍ କାର୍ଯ୍ୟକଳାପ ବିରୋଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ଆରକ୍ଷୀ ମହାନିର୍ଦ୍ଦେଶକ କଟକ, ଗୃହ ସଚ୍ଚିବ ଭୁବନେଶ୍ୱର, ଏସ୍.ପି. ଅନୁଗୋଳ, ଡି.ଏସ୍.ପି. ତାଳଚେର ମାନଙ୍କୁ ଅବଗତ କରାଯାଇଛି । ଯଦି ଖୁବ୍ ଶୀଘ୍ର ଦାବୀ ପୂରଣ ନହୁଏ ତାହା ହେଲେ ଉକ୍ତ ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ ତୀବ୍ରତର କରାଯିବ ଏବଂ ଆବଶ୍ୟକ ପଡିଲେ ଓଡିଶା ବନ୍ଦ ଡାକରା ଦିଆଯିବ । ଯଦି କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ର ବ୍ୟାହତ ହୁଏ ତାହେଲେ ଜିଲ୍ଲା ପୋଲିସ୍ ଓ ପ୍ରଶାସନ ଦାୟୀ ରହିବେ । ଏହି ସାଧାରଣ ଜରୁରୀ କାଳୀନ ବୈଠକରେ ସଂଘର ବରିଷ୍ଠ ସଭ୍ୟ ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ, ହରେକୃଷ୍ଣ ପାତ୍ର, ଅନୁପ ସେନ୍ ଗୁପ୍ତା, ଭବେଶ ମିଶ୍ର, ପେସ୍କାର ଗଡନାୟକ, କୁମୁଦ ମିଶ୍ର, ବନବିହାରୀ ମହାପାତ୍ର, ଛବି କୁମାର ସାହୁ, ସମ୍ଭୁନାଥ ବେହେରା, ମାନସ ପରିଡା, ଅଖିଳ ସାମଲ, ସନ୍ତୋଷ ଦେହୁରୀ, ପ୍ରଭାତିନୀ ଆଚାର୍ଯ୍ୟ, ଅଜୟ ମିଶ୍ର, ଗିରିଜା ଶଙ୍କର ମିଶ୍ର, ରଂଜିତ୍ ଘୋଷ, ଦୟା ସାଗର ମିଶ୍ର, ରଶ୍ମିରଂଜନ ମିଶ୍ର, ନୃସିଂହ ପ୍ରଧାନ, ୱା.ଭି.ନନ୍ଦ, ପ୍ରଶାନ୍ତ ବିଶୋଇ, ଅଖିଳ ପୃଷ୍ଟି, କେଶବ ଭୂତିଆ, ସୁଶିଲ ମିଶ୍ର, ସର୍ବେଶ୍ୱର ନାଏକ, ଶୈଳେନ୍ଦ୍ର ସିଂ, ଅର୍ଜୁନ ଭୂତିଆ, ବାଉରୀବନ୍ଧୁ ବେଜ, ସୁଧିର ସ୍ୱାଇଁ, ନରେଶ ନାଏକ, ଅନୁକୂଳ ମହାନ୍ତି, ଦୁଃଶାସନ ସାମଲ, ବିଜୟ ନାହାକ, ରାହାସ ଜେନା, ନିର୍ମଳ ତ୍ରିପାଠୀ, ଭଗବାନ ଓଝା, ପ୍ରକାଶ ସାହୁ, ରାଜେଶ ନନ୍ଦ, ପ୍ରଶାନ୍ତ ଦେବତା, ନିମାନି ମହାନ୍ତି, ରବିନ୍ଦ୍ର ସାମନ୍ତ, ଅରବିନ୍ଦ ବାରିକ, ଦିପକ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିବା ସଙ୍ଗେ ସଙ୍ଗେ ନିଜ ନିଜର ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜସ୍ୱ ମତପ୍ରକାଶ ସାବ୍ୟସ୍ତ କରିଥିଲେ । ଏହି ସଭାରେ ସଂଘର ସାଧାରଣ ସଂପାଦକ ଦିନବନ୍ଧୁ ସାହୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜସ୍ୱ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସଂଘର ଉପସଭାପତି ମାନସ ରଂଜନ ଶତପଥି ଧନ୍ୟବାଦ ଜଣାଇଥିଲେ ଏବଂ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତା ଯଥା- ସହ ସଂପାଦକ ଚିନ୍ମୟ ରାୟ, ଅଡିଟର ବବିତା ଦାସ, କୋଷାଧ୍ୟକ୍ଷ କରୁଣାକର ନାୟକ ଓ ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଉପସ୍ଥିତ ରହି ଏହି ସଭାକୁ ସୁପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

