ଝାରସୁଗୁଡ଼ା :-
ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ ଙ୍କୁ ଶେଷରେ ମିଳିଲା ସର୍ତମୂଳକ ଜାମିନ। ଦୀର୍ଘ ଅଢେଇ ବର୍ଷରୁ ଉର୍ଦ୍ଧ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ର ହତ୍ୟା ଅଭିଯୋଗ ରେ ଫେବୃଆରୀ ୧୬, ୨୦୨୦ ମସିହା ରେ ଛତିଶଗଡ ପୋଲିସ ପକ୍ଷରୁ ଗିରଫ ହୋଇଥିଲେ ଅନୁପ। ଏହାସହ ବନ୍ଧା ହୋଇଥିଲେ ଅନୁପ ଙ୍କ ଡ୍ରାଇଭର ବର୍ଦ୍ଧନ ଟପୋ । କିନ୍ତୁ ପ୍ରମାଣ ଅଭାବରୁ ଗତ ଏପ୍ରିଲ ମାସ ରେ ବର୍ଦ୍ଧନ ଙ୍କୁ ରାୟଗଡ଼ ଦୌରା ଜଜ୍ ନିର୍ଦ୍ଦୋଷ ରେ ଖଲାସ କରିଥିବା ବେଳେ ଅନୂପଙ୍କୁ ୫୦ ରୁ ଉର୍ଦ୍ଧ ସାକ୍ଷୀ ଙ୍କ ବୟାନ ନେଇ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ। ତେବେ ଆଜି ଛତିଶଗଡ ହାଇକୋର୍ଟ ପକ୍ଷରୁ ଅନୁପଙ୍କୁ ମିଳିଛି ସର୍ତମୂଳକ ଜାମିନ।
ଘଟଣା ଅନୁସାରେ, ମୃତା କଳ୍ପନା ଦାଶ ଙ୍କ ସହ ଅନୂପଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ କଳ୍ପନା ତାଙ୍କୁ ଓ ତାଙ୍କ ଝିଅକୁ ଅଧିକାର ପାଇଁ ଅନୂପାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ। ଯାହା ଫଳରେ ଅନୁପ ଙ୍କ ଦ୍ଵାରା ୨୦୧୬ ମସିହାରେ ରାଏଗଡ ନିକଟ ଜଙ୍ଗଲରେ ଗାଡ଼ି ଚଢ଼େଇ ମା ଓ ଝିଅ କୁ ହତ୍ୟା କରିବା ଅଭିଯୋଗ ଆଣିଥିଲ ରାୟଗଡ଼ ପୋଲିସ ଏବଂ ଅନୁପ ଙ୍କୁ ଗିରଫ କରିଥିଲା। ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଥିରେ ପ୍ରଭାବଶାଳୀ ନେତା ଙ୍କୁ ଗିରଫ କରାଯାଇଥିଲା ଏବଂ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରା ଯାଇଥିଲା। ତେବେ ସର୍ତମୂଳକ ଜାମିନ ଅନୁପ ଙ୍କୁ ମିଳିବା ପରେ ତାଙ୍କ ପ୍ରଶଂସକ ଙ୍କ ମୁହଁରେ ଆଶା ଉଦ୍ରେକ ହେବା ବେଳେ ବିରୋଧୀଙ୍କ ମୁହଁ ଖଟା ହୋଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ବ୍ରଜରାଜନଗର ରାଜନୀତି ଏହାକୁ ନେଇ କିଭଳି ପରିସ୍ଥିତି ସୃଷ୍ଟି କରୁଛି ତାହା ଭବିଷ୍ୟତ ହିଁ କହିବ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

