ଅନୁଗୋଳ :-
ଶୁକ୍ରବାର ପ୍ରକାଶିତ ଓ ଜେ ଏସ ୨୦୨୧ ଫଳ ପ୍ରକାଶ ପାଇଛି।ଏଥିରେ୫୦ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓ ପି ଏସ ସି ପକ୍ଷରୁ ସୂଚନା ଦିଆଯାଇଛି।ଅନୁଗୋଳ ଜିଲ୍ଲାର ନାଲକୋ ନଗର ର ରୋହିଣୀ ବିଶ୍ଵାଳ ୩୫ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ୧୯୯୪ ମସିହାରେ ଜନ୍ମଗ୍ରହଣ କରିଥିବା ରୋହିଣୀ ନାଲକୋ ନଗର ର ବାସିନ୍ଦା ରଙ୍ଗ ବଲ୍ଲଭ ବିଶ୍ୱାଳ ଏବଂ ରଂଜନା ବିଶ୍ୱାଳ ଙ୍କ କନ୍ୟା ,ଗୋପାଳ ନାୟକ ଙ୍କ ଧର୍ମ ପତ୍ନୀ ଅଟନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରୋହିଣୀ ଛୋଟ ବେଳରୁ ଥିବା ତାଙ୍କର ଲୁକ୍କାୟିତ ପ୍ରତିଭା ପ୍ରମାଣିତ କରି ସାରିଛନ୍ତି। ଛୋଟ ବେଳରୁ ପାଠ ପଢିବା କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ରୋହିଣୀ ଶେଷରେ ତାଙ୍କ ପରିଶ୍ରମ ର ଫଳ ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ୨୦୧୨ ମସିହାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର +୨ ପରୀକ୍ଷାରେ ରୋହିଣୀ ୧୪ ତମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ୨୦୧୫ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ +3 ପରୀକ୍ଷା ରେ ଇଂରାଜୀ ଅନର୍ସ ରେ ୮ମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ରୋହିଣୀ, ୨୦୧୮ ମସିହାରେ ଏଲ ଏଲ ବି ରେ ସ୍ବର୍ଣ୍ଣ ପଦକ ପ୍ରାପ୍ତ କରିଥିବାବେଳେ, ସର୍ବ ଭାରତୀୟ ସ୍ତରରେ ଗଳ୍ପ ଏବଂ କବିତା ପ୍ରତିଯୋଗିତାରେ ସମ୍ମାନିତ ହୋଇସାରିଛନ୍ତି।୨୦୨୦ ରେ ଏଲ ଏଲ ଏମ ପୂର୍ଣ କରିଥିବା ରୋହିଣୀ ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ପ୍ରକାଶ କରିଛନ୍ତି।ସବୁବେଳେ ଏକାଗ୍ରତା ସହିତ ପରିଶ୍ରମ କରିବା ସହିତ କେବେବି ଆଶା ହରାଇବା ଠିକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ଏବଂ ବିଫଳତା ହି ସଫଳତା ର ପ୍ରଥମ ପାହାଚ ବୋଲି ସେ କହିଛନ୍ତି। ସେ ତାଙ୍କ ସଫଳତା ର ଶ୍ରେୟ ସ୍ୱାମୀ, ପିତା, ମାତା, ଶାଶୁ, ଶ୍ବଶୁର, ଜେଜେ ବାପା, ଜେଜେ ମା, ମାମୁଁ, ମାଇଁ, ସୂଚନ୍ଦନା ମ୍ୟାଡାମ,ଆଦିତ୍ୟ ସାର ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହପାଠୀ ଙ୍କୁ ଦେଇଛନ୍ତି। ସଦା ସର୍ବଦା ନିଷ୍ଠା ର ସହିତ କାମ କରିବା ସହ ନିଜର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେ ସମସ୍ତ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।
ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

