Type Here to Get Search Results !

ଛତ୍ରପୁରଠାରେ ସୁରଭି ଉତ୍ସବ- ୨୦୨୨ ଅନୁଷ୍ଠିତ


ଗଞ୍ଜାମ :-

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସୁରଭି-୨୦୨୨ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ୱାବଧାନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରକ୍ଷୀତ ଦାସ, ଆଦିବାସୀ ଓ ହରିଜନ ଶିକ୍ଷା ସଂଯୋଜକ ଡ.ସରୋଜ ମୋହନ ପାଳ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଶିକ୍ଷା ବିଭାଗର ଆର୍ଥିକ ପରାମର୍ଶ ଦାତା ମଧୁସୂଦନ ପରିଡ଼ା, ଭିନ୍ନକ୍ଷମ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ବାଳିକା ଶିକ୍ଷା ସଂଯୋଜକ ଜ୍ୟୋତିପ୍ରକାଶ ରଥ, ଯୋଜନା ଶିକ୍ଷା ସଂଯୋଜକ ସାବିତ୍ରୀ ବାଳା ଦାସ, ଶିକ୍ଷା ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଯନ୍ତ୍ରୀ ଇଂ. ମନୋଜ କୁମାର ବେହେରା, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ, ସୀତାରାମ ପାତ୍ର, ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼ା. ପ୍ରଭାତୀ କୁମାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉପସ୍ଥିତ ବିଚାରକ ମଣ୍ଡଳୀ ଯଥା ଲକ୍ଷ୍ମଣ କୁମାର ଦାଶ, ବାଳଗୋପାଳ ଶତପଥୀ, ଅଳକା ସାହୁ, ନିଜର ମନ୍ତବ୍ୟ ଦେଇ ନିଜର ରାୟକୁ ସ୍ଥିର କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ଗଞ୍ଜାମ ଜିଲ୍ଲା ରୁ ଆଶିଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.