Type Here to Get Search Results !

ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୁଳପତି ପାଇଁ ୪୯ ଜଣଙ୍କ ଆବେଦନ


ସମ୍ବଲପୁର :-

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଏଥର ୪୯ ଜଣ ପ୍ରଫେସର ଆବେଦନ କରିଥିବା ଜଣାପଡ଼ିଛି । ଯାହାକି, ପୂର୍ବ ଥର ତୁଳନାରେ ୧୪ ଅଧିକ ହୋଇଥିବା ଜଣାପଡ଼ିଛି । ତ‌େବେ, ୪୯ ଜଣଙ୍କ ମଧ୍ୟରୁ କୌଣସି କାରଣରୁ ୩ ଜଣଙ୍କ ଆବେଦନପତ୍ର ଖାରଜ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏବେ ୪୬ ଜଣଙ୍କ ଆବେଦନପତ୍ର ଯାଂଚ କରାଯାଉଛି । ଯାଂଚ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାହା ଚୟନ କମିଟିକୁ ହସ୍ତାନ୍ତର କରାଯିବ । ସେମାନଙ୍କ ମଧ୍ୟରୁ ଚୟନ କମିଟି ଶ୍ରେଷ୍ଠ ୩ ଜଣଙ୍କ ନାମ କୁଳାଧିପତିଙ୍କୁ ସୁପାରିସ କରିବେ ବୋଲି ଜଣାପଡ଼ିଛି । ସେହି ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରୁ କୁଳାଧିପତି ଜଣକୁ କୁଳପତି ଭାବେ ବାଛିବେ । ପୂର୍ବ ଥର ଏହି ପଦ ପାଇଁ ୩୫ ଜଣ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଫେସର ସଂଜୀବ ମିତ୍ତଲ କୁଳପତି ନିଯୁକ୍ତ ହୋଇଥିଲେ । ଗତ ୨୫ ଜାନୁଆରି ୨୦୨୧ରେ କୁଳପତି ଦାୟିତ୍ବ ନେଇଥିବା ବେଳେ ଗତ ୨୮ ଅଗଷ୍ଟ ୨୦୨୨ରେ ପ୍ରଫେସର ମିତ୍ତଲ ଇସ୍ତଫା ଦେଇଥିଲେ । ତାଙ୍କର ପୂରା କାର୍ଯ୍ୟକାଳ ବିବାଦ ମଧ୍ୟରେ କଟିଥିଲା ।  ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.