Type Here to Get Search Results !

ମାଷ୍ଟର କ୍ୟାଣ୍ଟିନ ରେ ଖଣ୍ଡଯୁଦ୍ଧ, ଗାଡି ଭଙ୍ଗା ରୁଜୁ

 


ଭୁବନେଶ୍ୱର :- 

ଶୁକ୍ରବାର ସନ୍ଧ୍ୟା ପ୍ରାୟ ଆଠଟା ହେବ।ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଖାରବେଳ ଥାନା ଅନ୍ତର୍ଗତ ତନିଷ୍କ ସୁନା ଦୋକାନ ଅପର ପାର୍ଶ୍ୱରେ ଥିବା ଓଲା କ୍ୟାବ ଷ୍ଟାଣ୍ଡ ରେ ଦୁଇ ଗୋଷ୍ଠୀ କ୍ୟାବ ଚାଳକ ଙ୍କ ମଧ୍ୟରେ ହଠାତ ମାର ପିଟ ଆରମ୍ଭ ହୋଇଯାଇଥିଲା।ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗା ଓ ହେଲମେଟ ଦ୍ୱାରା ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ।ଯାହା ଫଳରେ ସେଠାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ସେହି ରାସ୍ତାରେ ମାର୍କେଟିଙ୍ଗ ତଥା ରେଳ ଷ୍ଟେସନ କୁ ଯିବା ଆସିବା କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା ଏବଂ କିଛି ସମୟ ପାଇଁ ସେହି ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଯାଇଥିଲା।ଖବର ପାଇ ଖାରବେଳ ଥାନା ର ପିସିଆର-୩ ଘଟଣା ସ୍ଥଳ ରେ ପହଂଛି ଗଣ୍ଡଗୋଳ କାରୀ ଙ୍କୁ ଆୟତ କୁ ଆଣିବାକୁ ନାକେ ଦମ ହୋଇ ଯାଇଥିଲେ।କିଛି ସମୟ ପରେ ଥାନାର ଆଉ ଗୋଟିଏ ଗାଡି ରେ ଅଧିକ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚିଲା ବେଳକୁ ଗଣ୍ଡଗୋଳ ରେ ଲିପ୍ତ ଥିବା ଗୋଟିଏ ଦଳ ସେଠାରେ ଖସି ଚାଲି ଯାଇଥିଲେ।ଏହି ଗଣ୍ଡ ଗୋଳରେ ଗୋଟିଏ କାର ର ସମ୍ମୁଖ କାଚ ଭାଙ୍ଗି ଯାଇଥିବା ଜଣା ପଡ଼ିଛି।କ୍ଷତି ଗ୍ରସ୍ତ କାର ର ମାଲିକ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।ଗଣ୍ଡଗୋଳ କାରୀଙ୍କ ମଧ୍ୟରୁ କେତେକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.