ଡେଲାଙ୍ଗ :-
ଡେଲାଙ୍ଗ ବ୍ଲକ ର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ଗତ ୨୨/୧୦/୨୨ ରିଖ ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ। ବିଭିନ୍ନ ସ୍କୁଲରୁ ଆଶିଥିବା ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେସ୍ତ ଥିବାବେଳେ କୌଣସି ଏକ ଛାତ୍ରଛାତ୍ରୀ ଡ୍ଯାସଂ କରୁଥିବା ସମୟରେ ଜାତୀୟ ପତାକାକୁ କୁ ତଳେ ପକାଇ ଦେଇଥିଲେ ଜାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦୁଃଖ ଆଉ ବିଡ଼ମ୍ବନାର ବିଷୟ ସେହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲରୁ ଆଶିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବ୍ଲକ ଆଡି ସ୍ନାଲ୍ ଶିକ୍ଷା ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ କିନ୍ତୁ କାହାରି ନଜର ଜାତୀୟ ପତକା ଉପରେ ପଡ଼ି ନଥିଲା କିମ୍ବା କେହି ଉଠାଉ ନଥିଲେ। ସେହି କାର୍ଯ୍ୟକ୍ରମ ଉପସ୍ଥିତ ରହିଥିବା କାର୍ଯ୍ୟରତ ସାମ୍ବାଦିକ ଙ୍କ ନଜର ହଠାତ ପଡ଼ିଥିଲା ଆଉ ସେହି ଜାତୀୟ ପତକାକୁ ଉଠାଇ ଥିଲେ। ଭାଇରାଲ୍ ହେଉଥିବା ଭିଡିଓ କୁ ବୁଦ୍ଧିଜୀବି ମାନେ ନା ପସନ୍ଦ କରିବା ସହିତ ଉପସ୍ଥିତ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷ୍ୟାଗତା କମ୍ ନଚେତ ଏପରି ଆମ ଜାତୀୟ ପତାକାକୁ ଅସମ୍ମାନ କରାଯାଇ ନଥାନ୍ତା। ଶିକ୍ଷକ ଓ ଶିକ୍ଷୟିତ୍ରୀ କ'ଣ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଉଥିବେ ତାହା ଜଳନ୍ତ ଉଦାହରଣ ପରି ଦେଖାଯାଉଛି। ଏବଂ ତୁରନ୍ତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମତ ରଖିଛନ୍ତି ନଚେତ ଆଗାମୀ ଦିନରେ ଏହି ପରି ଆମ ଜାତୀୟ ପତାକାକୁ ଅସମ୍ମାନ କରାଯାଉଥିବ।
ଡେଲାଙ୍ଗ ରୁ ପ୍ରଦୀପ ନାୟକ ଙ୍କ ରିପୋର୍ଟ

