କେନ୍ଦ୍ରାପଡ଼ା :-
ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପରିଚାଳନା କମିଟିର ଏକ ବୈଠକ ଗତକାଲି କେନ୍ଦ୍ରାପଡା ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ରାଜଶ୍ରୀର ପ୍ରାୟୋଜିତ ହେବାକୁ ଥିବା ୩୪ ତମ ବାର୍ଷିକ ଉତ୍ସବ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା। ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପ୍ରାକ୍ ପ୍ରସ୍ତୁତି ବୈଠକରେ ପୁରୀ ଠାରେ ଡିସେମ୍ବର ୩ ଓ ୪ ତାରିଖରେ ସମାହିତ ହେବାକୁ ଥିବା ବୈଠକରେ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ସମେତ ବିଧାନସଭା ସଚିବ ମାନନୀୟ ଦାଶରଥି ଶତପଥୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡଃ ରଞ୍ଜନ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବିଶିଷ୍ଟ ସମାଜସେବୀ ତଥା ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ରକ୍ଷକ ରାମକୃଷ୍ଣ ଦାସ ମହାପାତ୍ର, ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ବିଶିଷ୍ଟ ସମାଜସେବୀ ଇଂ ଦୁଷ୍ମନ୍ତ କୁମାର ସ୍ଵାଇଁ ପ୍ରଥମ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ହେମନ୍ତ ଜେନା ସଭାରେ ପ୍ରକାଶ କରିଥିଲେ। ଦିବା ଘ ୧୦ ଟିକା ସମୟରେ ଆୟୋଜିତ ହେବାକୁ ଥିବା ପ୍ରଥମ ଅଧିବେଶନରେ ବାର୍ଷିକ ବିଶେଷାଙ୍କ " ରାଜଶ୍ରୀ" ସମେତ ବିଭିନ୍ନ କବିଙ୍କ ସୃଷ୍ଟ ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ" ଦେବଦାସୀ ନୃତ୍ୟ " ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ସଂଧ୍ୟା ୬ଟା ରେ ଅନୁଷ୍ଠିତ ହେବାକୁ ଥିବା ଦ୍ଵିତୀୟ ଅଧିବେଶନରେ ରାଜ୍ୟ ସ୍ତରୀୟ " ବେଳାଭୂମି କବିତା ପାଠୋତ୍ସବ " ଅନୁଷ୍ଠିତ ହେବ। ଏହି ସାରସ୍ଵତ ସମାବେଶରେ ବିଶିଷ୍ଟ ସାହିତ୍ୟକାର ଲୋକନାଥ ମିଶ୍ର ଏବଂ ପୁରୀ ଜିଲ୍ଲାପାଳ ମାନନୀୟ ସମର୍ଥ ବର୍ମାଙ୍କ ସହ ଅନେକ ସାହିତ୍ୟିକ ବନ୍ଧୁ ଯୋଗଦାନ କରିବାର ସ୍ଵୀକୃତି ଦେବା ସମ୍ବନ୍ଧରେ ସମ୍ପାଦକ ହେମନ୍ତ ଜେନା ସୂଚନା ଦେବା ପରେ ଉତ୍ସବର ବିଭିନ୍ନ ଦାୟିତ୍ୱ ସଦସ୍ୟଙ୍କ ମଧ୍ୟରେ ଆବଣ୍ଟନ କରାଯାଇଥିଲା। ଇତ୍ୟବସରରେ ଗତ ନଭେମ୍ବର ମାସରେ ସରକାରୀ ସେବାରୁ ନିବୃତ୍ତ ହୋଇଥିବା ଭଗବତୀ ସରକାରୀ ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମଞ୍ଜୁଶ୍ରୀ ବରାଳଙ୍କୁ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟ ଅତିଥି ରାଜଶ୍ରୀର ଉପଦେଷ୍ଟା ସାମ୍ବାଦିକ ଶ୍ରୀରାମ ଦାଶ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା କବି ଡଃ ଶ୍ରୀଧର ସାମଲ , ରାଜ୍ୟ ସଂଯୋଜକ ପ୍ରଣବ କୁମାର ଜେନା , କବି ବୃନ୍ଦାବନ ଦାସ, ସୌଜନ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ , ବ୍ରଜସୁନ୍ଦର ସାହୁ , ସହ ସମ୍ପାଦକ ଅପର୍ତ୍ତିଚରଣ ସେଠୀ , ପ୍ରସାର ସମ୍ପାଦକ ସୁଜିତ କୁମାର ପଣ୍ଡା , କାର୍ଯ୍ୟକାରୀ ସଦସ୍ୟା ଗୀତାଞ୍ଜଳି ସାହୁ , ଅକ୍ଷୟ କୁମାର ତରାଇ , କୈଳାସ ଚନ୍ଦ୍ର ବାରିକ , ମହେଶ୍ବର ନାୟକ, କୃଷ୍ଣ ଚନ୍ଦ୍ର ସେଠୀ , ରଞ୍ଜନ କୁମାର ଦଳାଇ , ଧନେଶ୍ୱର ଦାସ ଓ ପ୍ରେମାନନ୍ଦ ହରିଚନ୍ଦନ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ସହ ସମ୍ପାଦକ ଅପର୍ତ୍ତିଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

