Type Here to Get Search Results !

ନିଷ୍ଟ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜି କଲେଜରେ ଚାରି ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ


ବ୍ରହ୍ମପୁର/ଗୋଳନ୍ଥରା :-

ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ଇନଷ୍ଟିଚ୍ୟଟ ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜି କଲେଜ ପରିସରରେ ଆଜି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭା ତଥା ଚାରିଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼.ପ୍ରିୟଦର୍ଶୀ ତ୍ରିପାଠୀ ଉପସ୍ଥିତ ଥିବାବେଳେ, ବେଚ୍ କୋଡିନେଟର ପ୍ର.ରାକେଶ ରୋଷନ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କୁମାର ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରିଥିଲେ । ଉକ୍ତ ସଭାକାର୍ଯ୍ୟକୁ ଡ.ଆକାଂକ୍ଷା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକ ଡ. ଲକ୍ଷ୍ମୀକାନ୍ତ ରାଜୁ ପରୀକ୍ଷା ସମନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ହଷ୍ଟେଲ ସୁପରଟେଣ୍ଡେଣ୍ଟ ଡ.ସସ୍ମିତା ପାଢ଼ୀ ହଷ୍ଟେଲ ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଉଲ୍ଲେଖ କରି ସମସ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ କହିଥିବା ବେଳେ, ନିଯୁକ୍ତି ଦକ୍ଷତା ମୁଖ୍ୟ ଡ.ଭାନୁ ପ୍ରସାଦ ବେହେରା ନିଯୁକ୍ତି ଦକ୍ଷତା ପ୍ରଦାନ ଉପରେ ବିବରଣୀ ଉଲ୍ଲେଖ କରିଥିଲେ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ଯେ, ନିଷ୍ଟ୍ କଲେଜରେ ଆଜି ଠାରୁ ଚାରିଦିନ ଧରି ସ୍ବାଗତ ତଥା ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଜାରି ରହିବ, ବିଭିନ୍ନ ଦିନରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଅନୁଷ୍ଠାନର ଉଚ୍ଚକୋଟୀର ଶିକ୍ଷା ସହ ମୂଲ୍ୟବୋଧ ଓ ନିଜ ଭବିଷ୍ୟତ ଗଠନ ଉପରେ ଉପଦେଶ ଦିଆଯିବ । ଛାତ୍ରଛାତ୍ରୀ ମାନେ ଯେତେ ଆଶା ଓ ବିଶ୍ବାସ ନେଇ ଏହି ଅନୁଷ୍ଠାନକୁ ଶିକ୍ଷା ଲାଭ ପାଇଁ ଆସନ୍ତି ତାଠାରୁ ଅଧିକ ଏହିଠାରେ ସେମାନେ ଲାଭ କରି ନିଜ ଉଚ୍ଚ ଭବିଷ୍ୟତ ଗଠନ କରିବେ । ଏହାସହ ଗୁଣାତ୍ମକ ଶିକ୍ଷା ଆହରଣ ମାଧ୍ୟମରେ କିଭଳି ପ୍ରତିଦ୍ବନ୍ଦିତା ମୂଳକ ପରିସ୍ଥିତିକୁ ସମ୍ମୁଖୀନ କରିବା ସହ ଯୁଗୋପଯୋଗୀ ଶିକ୍ଷାଦାନର ଢାଞ୍ଚା ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ଯାହାର ଫଳ ସ୍ବରୂପ ସେମାନେ ଦେଶ ଓ ବିଦେଶରେ ବିଭିନ୍ନ ମର୍ଯ୍ୟାଦା ଜନକ ପଦ ପଦବିରେ ଅବସ୍ଥାପିତ ହୋଇ ପାରିଛନ୍ତି । ଏଥିପାଇଁ ସମସ୍ତ କର୍ମକର୍ତା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ମତ ପ୍ରକାଶ କରିଛନ୍ତି । ଏନେଇ ଅନୁଷ୍ଠାନର ଜଣେ ଅନ୍ତିମ ବର୍ଷର ଛାତ୍ର ନିଜ ବକ୍ତବ୍ୟରେ ଆଗାମୀ ଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଦେଇ ଅନୁଷ୍ଠାନର ପାଠ୍ୟଶୈଳୀ, ଶୃଙ୍ଖଳା ଏବଂ ଅଧ୍ୟାପକଙ୍କ ଶିକ୍ଷା ସମ୍ପର୍କରେ ଆଲୋକ ପାତ କରି କହିଛନ୍ତି ଯେ, ଉକ୍ତ ଅନୁଷ୍ଠାନରେ ବହୁ ସୁଯୋଗ ଓ ସଫଳତା ରହିଛି ଯାହାକୁ ହାସଲ କରିବାରେ ସମସ୍ତ ଅଧ୍ୟାପକ ମାନେ ସହଯୋଗ କରୁଥିଲେ ସୁଦ୍ଧା ନିଜକୁ ଶତଚେଷ୍ଟା କରିବାକୁ ହେବ । ତେବେ ଯାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେବ । ଆୟୋଜିତ କାର୍ଯ୍ୟକ୍ରମକୁ ଡ. ଏମ.ସୁରେଶ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ମିଡ଼ିଆ ସେଲ୍ ସଂଯୋଜକ ଡା. ପ୍ରୀତି ରଞ୍ଜନ ସାହୁ, ଆଡ଼ମିଶନ ମୁଖ୍ୟ ଡ଼ା. ସୁବ୍ରତ କୁମାର ଭୂୟାଁ, କ୍ଳବ୍ କୋଡ଼ିନେଟର ଆଫ୍ରିନ ଅଲି, ଡ଼ା ସୀମାଞ୍ଚଳ ପାଣିଗ୍ରାହି, ଡା. ଭାସ୍କର ଭୋଳ, ଡ଼ା. ସୁଧୀର କୁମାର ପଟ୍ଟନାୟକ, ଚିନ୍ନୀ ନରେଶ, ସୁମନ୍ତ ପଟ୍ଟନାୟକ, ପ୍ରଭୁଦତ୍ତ ମିଶ୍ର, ଭବାନୀ ଗୌଡ, ରମାକାନ୍ତ ନାୟକ, ଡ଼ା. ବିଷ୍ଣୁଙ୍କର ନାୟକ, ଅଭିସିକ୍ତା ମିଶ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ପ୍ରକଳ୍ପକୁ ଅନୁଷ୍ଠାନର କତୃପକ୍ଷ ମାନେ ପରିଦର୍ଶନ କରିଥିଲେ । ସେଥି ମଧ୍ୟରୁ ମ୍ୟୁଜିକ କ୍ଲବର ସଙ୍ଗୀତ ପରବେଷଣ ବେଶ ଉତ୍ତମ ରହିଥିବା କୁହାଯାଇଛି । ରଙ୍ଗେଇଲୁଣ୍ଡା ରୁ କେ. ନୀଳକଣ୍ଠ ରେଡ୍ଡୀଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.