କଟକ :-
ପ୍ରସିଦ୍ଧ ଧବଳେଶ୍ଵର ପୀଠ କୁ ନେଇ ଏବେ ଚିନ୍ତା। ଗତ କାଲି ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ରେ ୧୦୦ ରୁ ଅଧିକ ମୃତ୍ୟୁ ହେବା ପରେ ପରେ ଧବଳେଶ୍ଵର ଝୁଲା ପୋଲ ପାଇଁ ଚେତିଛି ପ୍ରଶାସନ। ଏହି ପୋଲ କୁ ପ୍ରାୟ ୧୬ ବର୍ଷ ବିତି ଯାଇଥିବା ବେଳେ ପିଲାର ରେ କଳଙ୍କି ଲାଗି ସାରିଲାଣି। ଅନ୍ୟ ପକ୍ଷରେ ବୋଲ୍ଟ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଅପର ପକ୍ଷରେ କାର୍ତ୍ତିକ ମାସ ହୋଇଥିବା ରୁ ପ୍ରତ୍ୟେକ ଦିନ ଏଠି ହଜାର ହଜାର ଜନ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ମରାମତି କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଲିକତା ରୁ ଇଂଜିନିୟର ଙ୍କୁ ଡକାଇ ଯାଞ୍ଚ କରୁଥିବା ବେଳେ କ୍ଷମତା ଠାରୁ ଅଧିକ ଓଜନ ଉଠାଇଥିବା ଯୋଗୁ ପୋଲଟି ଏବେ ଦୁର୍ବଳ ଥିବା ପ୍ରାଥମିକ ଯାଞ୍ଚ ରୁ ଜାଣିବାକୁ ମିଳିଛି। ତେଣୁ ବର୍ତ୍ତମାନ ଏହାକୁ ନେଇ ଅଧିକ ତତ୍ପର ଦେଖାଇଛି ପ୍ରଶାସନ। ବ୍ୟୁରୋ ରିପୋର୍ଟ

