ଟିଟିଲାଗଡ଼ :-
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ପକ୍ଷରୁ ଜନସାଧାରଣ ଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟ ରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶିହିନୀ ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଲୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ସଭା ରେ ଡ଼ି ଏସ ପି ଭିଜିଲାନ୍ସ ,ବଲାଙ୍ଗିର ପୁଲସ୍ତି ଛତ୍ରିଆ, ସରପଞ୍ଚ ବୀରବର ସାହୁ , ଟିଟିଲାଗଡ ବ୍ଲକ ଜିପିଇଓ ସୁଶୀଲ ମିଶ୍ର , ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ର କର୍ମଚାରୀ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ସେହିପରି ଆଜି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଲୟ ଠାରେ ମଧ୍ୟ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ଏହି ଗ୍ରାମ ସଭା ରେ ଡ଼ି ଏସ ପି ଭିଜିଲାନ୍ସ ,ବଲାଙ୍ଗିର ପୁଲସ୍ତି ଛତ୍ରିଆ, ସରପଞ୍ଚ ନରେଶ କୁମାର ଅଗ୍ରୱାଲ , ଟିଟିଲାଗଡ ବ୍ଲକ ଜିପିଇଓ ସୁଶୀଲ ମିଶ୍ର , ପିଇଓ ସୁରେନ୍ଦ୍ର କୁମାର ମିଶ୍ର ,ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ର କର୍ମଚାରୀ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

