Type Here to Get Search Results !

ଅନୁଗୋଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ପୁନର୍ଗଠନ,ରାଧାମୋହନ ହେଲେ ଜିଲ୍ଲା ସଭାପତି

 


ଅନୁଗୁଳ :-

ଗତ ତା ୩୦/୧୦/୨୦୨୨ ରିଖ ରବିବାର ଦିନ ଅନୁଗୋଳ ଜିଲ୍ଲା ଖଣ୍ଡହତା ଆଦର୍ଶ ବିଦ୍ୟାଳୟ ରେ ଏକ ସାଧାରଣ ସଭା ଆୟୋଜିତ ହେବା ସହିତ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପୁନର୍ଗଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ଆଠଟି ବ୍ଲକ୍ରୁ ପାଖାପାଖି ପ୍ରାୟ ୪୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସଭାର ପ୍ରଥମ ଅଧିବେଶନରେ ସଂଘର ପୂର୍ବତନ ସମ୍ପାଦିକା ଶିକ୍ଷୟିତ୍ରୀ ରେଶ୍ମା ମହାନନ୍ଦ, ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଶିକ୍ଷକ ଅମଳେନ୍ଦୁ ପଣ୍ଡା ତଥା ଅନୁଗୋଳ ଓଏଭି, କଣିହାଁ ଓଏଭି, ବଅଁରପାଳ ଓଏଭି ଏବଂ ପାଲଲହଡ଼ା ଓଏଭି ର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ମଞ୍ଚାସୀନ ଥିବାବେଳେ ଶିକ୍ଷକ ରାଧାମୋହନ ପୂଜାହାରୀ ସଭା ପରିଚାଳନା କରିଥିଲେ । ଜିଲ୍ଲାର ନୋଡାଲ୍ ଅଧ୍ୟକ୍ଷା ପ୍ରୀତିସ୍ମିତା ବେହେରା ସ୍ବାଗତ ଭାଷଣ ରଖିଥିବା ବେଳେ ପୂର୍ବତନ ସମ୍ପାଦକ ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ଦ୍ବାରା ହୋଇଥିବା ବିଭିନ୍ନ କାର୍ଯ୍ୟକଳାପ, ସଂଘର ବିଭିନ୍ନ ସମସ୍ୟା ଆଦି ବିଷୟରେ ନିଜ ମତ ଉପସ୍ଥାପନ କରିବା ସହିତ ନିଜର ଅନୁଭୁତି ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଅମଳେନ୍ଦୁ ପଣ୍ଡା ଜିଲ୍ଲା ଶିକ୍ଷକ ସଂଘର ଆବଶ୍ୟକତା, ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଏବଂ ସଂଘ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ବିଭନ୍ନ ଯୋଜନାଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଥମ ଅଧିବେଶନର ଶେଷ ପର୍ଯ୍ୟାୟରେ ସଂଘର ସଭାପତି, ସମ୍ପାଦକ, ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଥିଲା । ତାଳଚେର ଓଏଭିର ଶିକ୍ଷକ ରାଧାମୋହନ ପୂଜାହାରୀ ସଭାପତି, କଣିହାଁ ଓଏଭିର ଶିକ୍ଷକ ରାକେଶ କୁମାର ପାଣି ସମ୍ପାଦକ , ବଅଁରପାଳ ଓଏଭି ର ଶିକ୍ଷକ ଦୀପକ ନାୟକ ସହ ସମ୍ପାଦକ ଏବଂ କିଶୋରନଗର ଓଏଭି ର ଶିକ୍ଷକ ମନୋରଂଜନ ଦୀକ୍ଷିତଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସଭାର ଦ୍ବିତୀୟ ଅଧିବେଶନରେ ସଂଘର ନୂତନ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନେ ମଞ୍ଚାସୀନ ଥିବାବେଳେ ଶିକ୍ଷକ ଅମଳେନ୍ଦୁ ପଣ୍ଡା ସଭା ପରିଚାଳନା କରିଥିଲେ । ମନୋନୀତ ସଦସ୍ୟ ମାନେ ସଂଘ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତରଦାୟୀତ୍ବକୁ ନେଇ ଉତ୍ସାହିତ ଥିବାବେଳେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଜିଲ୍ଲା ଶିକ୍ଷକ ସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ ରାଜ୍ୟ ଶିକ୍ଷକ ସଂଘର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସଦସ୍ୟମାନେ ମତ ଦେଇଛନ୍ତି । ଶେଷରେ ଶିକ୍ଷୟିତ୍ରୀ ରେଶ୍ମା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ତାଳଚେର ରୁ ପ୍ରଦିପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.