ବନ୍ଧବାହାଲ :-
ବନ୍ଧବାହାଲ ଗ୍ରୀଡ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତ କିଶୋର ମୁଣ୍ଡା ଙ୍କୁ ଶନିବାର ବନହରପାଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ଡକାୟତି ସମୟରେ ବ୍ୟବହୃତ ପିସ୍ତଲ ଓ ଗୁଳି ପୋଲିସ ଜବତ କରିଛି। ଓରିଏଣ୍ଟ ଥାନା ଅନ୍ତର୍ଗତ ଅଭୟପୁର ଘରେ ପୁଲିସ ଶନିବାର ସକାଳ ୭ ଟାରେ ଚଢ଼ାଉ କରିଥିଲା। ଘଟଣା ଦିନରୁ ଫେରାର ଥିବା କିଶୋର ମୁଣ୍ଡା ଘରକୁ ଆସିଥିବା ଖବର ପାଇ ପୋଲିସ ଚଢାଉ କରି କିଶୋର ମୁଣ୍ଡା ଙ୍କୁ ଗିରଫ କରିବାସହ ଏକ ଦେଶୀ ପିସ୍ତଲ ଓ ଗୁଳି ପୋଲିସ ଉଦ୍ଧାର କରିଥିଲା। ଡକାୟତି ସମୟରେ କିଶୋର ମୁଣ୍ଡା ସବ୍ଷ୍ଟେସନର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଭାବେ ଆହତ ହୋଇଥିଲା। ବନ୍ଧୁକ ମୁନରେ ଅନ୍ୟ 3ଜଣଙ୍କୁ ମଧ୍ଯ ଏକ କୋଠରୀରେ ବନ୍ଧ କରି ରଖିଥିଲେ। ଡକାୟତି ଦଳର ଅନ୍ୟମାନେ ଟ୍ରାନ୍ସଫରମର ତମ୍ବାତାର ଚୋରି କରିଥିଲେ, ଏହି ଡକାୟତି ମାମଲାରେ ପୂର୍ବରୁ ପୋଲିସ 7ଜଣଙ୍କୁ ଗିରଫ କରିଛି। ଏହି ଡକାୟତି ଗେଙ୍ଗର ସଦସ୍ୟମାନେ ବିଭିନ୍ନ ଅପରାଧିକ ମାମଳାରେ ସଂପୃକ୍ତ ଅଛନ୍ତି। ବନହରପାଲି ଥାନା ଆଇ ଆଇସି ଅନ୍ନା ମିଞ୍ଜ ଏହି ମାମଲାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
ଝାରସୁଗୁଡା ଜିଲ୍ଲା ଲଖନପୁର ରୂ ସମୀର ଙ୍କ ରିପୋର୍ଟ

