Type Here to Get Search Results !

ଦେଶୀ ଓ ବିଦେଶୀ ମଦ ସହିତ ଟାଟା ଏସି ଜବତ, ୦୩ ଗିରଫ

 


ଧାମନଗର :-

           ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଧାମନଗର ଥାନା ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର, ପିରିଜିପୁର, କଲ୍ୟାଣୀ, ଚୂଡ଼ାକୁଟି ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ଟାଟା ଏସି ମାଲବାହୀ ଗାଡି (ଓଆର-୨୨ସି-୭୨୭୯) ମଧ୍ୟରୁ ୧୨୦.୯୬୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ୪୦ ଲିଟର ଦେଶୀ ମଦ ଓ ୦୫ ଲିଟର ଆସ୍କା ଫର୍ଟି ମଦ ଜବତ କରିବା ସହିତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଧାମନଗର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଧ୍ରୁବଚରଣ ମହାରଣା, ଭଗବାନପୁର ଗ୍ରାମର ରମେଶ ବେହେରା ଓ ପିରିଜିପୁର ଗ୍ରାମର ଅନନ୍ତ ବେହେରା ।ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ବ୍ରଜମୋହନ ମଲ୍ଲିକ, ଏ.ଏସ୍‌.ଆଇ ଦୀପକ ରାଉତ ଓ ନନ୍ଦୁ ନାୟକ, କନେଷ୍ଟବଳ ଶିବପ୍ରସାଦ ସାହୁ, ସୁବାଶିଷ ରାଉତ, ମିଥୁନ ଜେନା, ସନ୍ଧ୍ୟାରାଣୀ ସେନାପତି, ରଶ୍ମିରେଖା ଜେନା ପ୍ରମୁଖ ସାମିଲ ଥିଲେ।.ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.