Type Here to Get Search Results !

ବଲାଙ୍ଗିର ଦିନ ପାଇଁ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର

 


ସଇଁନ୍ତଲା :-

ବଲାଙ୍ଗିର ଦିନ ପାଇଁ ସଇଁନ୍ତଲା ବ୍ଲକ ଅଧିନସ୍ଥ ଘୁନସର ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ଓ ନେହେରୁ ୟୁବକ କେନ୍ଦ୍ର ବଲାଙ୍ଗିର ମିଳିତ ଉଦ୍ୟମରେ ସ୍ଥାନୀୟ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଶ୍ରୀ ଅରବିନ୍ଦ ଯୁବକ ସଂଘର ସଭାପତି ପ୍ରେମାନନ୍ଦ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦେଇ ଥିବା ବେଳେ ଥାନା ଅଧିକାରୀ ଅଵନୀ ସାହୁ,ଘୁନସର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚମ୍ପୁ ସେଠ,ଡାକ୍ତର ସୁବନ୍ତ ନାଗ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ନାଏକ,ରକ୍ତଦାତା ତଥା ସମାଜସେବୀ ମିଳନ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ରକ୍ତଦାନ ଏକ ମହତ ଦାନ।ରକ୍ତର କୌଣସି ବିକଳ୍ପ ନାହିଁ। ଏହା କାରଖାନାରେ ତିଆରି ହୋଇ ପାରେ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ।ବଲାଙ୍ଗିର ଦିନ ଅବସରରେ ହୋଇଥିବା ଏହି ମହତ କାର୍ଯ୍ୟକ୍ରମକୁ ଅତିଥିଗଣ ପ୍ରଶଂସା କରିଥିଲେ।ପ୍ରଥମେ ଅତିଥି ଗଣ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପଣ ତଥା ସ୍ଥିତି ଚାରଣ କରି ଜାତୀୟ ଏକତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପୂର୍ବରୁ ରେଡ଼କ୍ରସ କର୍ମୀ ଓ ଶ୍ରୀ ଅରବିନ୍ଦ ଯୁବକ ସଂଘ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିବା ବେଳେ ଅରବିନ୍ଦ ଯୁବକ ସଂଘ ର ସମ୍ପାଦକ ମନୋଜ ସାହୁ ସଭା ପରିଚାଳନା କରିଥିଲେ। ରକ୍ତ ସଂଗ୍ରହ କରିବା ପାଇଁ ଟିଟିଲାଗଡ଼ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ପ୍ରଶାନ୍ତ ସାହୁ,ଜିତେନ୍ଦ୍ର କୁମାର ପଣ୍ଡା, ଜୟରାମ ପ୍ରମୁଖ ଆସି ରକ୍ତ ସଂଗ୍ରହ କରିଥିଲେ।ଏହି ରକ୍ତଦାନ ଶିବିର ରେ ଥାନା ଅଧିକାରୀ ଅଵନୀ ସାହୁ ରକ୍ତଦାନ କରିଥିବା ବେଳେ ରକ୍ତଦାତା ଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ସଂଘର ସହ ସମ୍ପାଦକ ସୁନୀଲ ଗହୀର, କୋଷାଧ୍ୟକ୍ଷ ତୁଳସୀ ଗହୀର, ନାଏବ ସରପଞ୍ଚ ଦେବରାଜ ପଧାନ ସମେତ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଶେଷରେ ସଂଘ ର ଉପ ସଭାପତି ରବିଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.