ବଲାଙ୍ଗିର :-
ବଲାଙ୍ଗୀର ସ୍ଥାୀୟ ରିଜର୍ଭ ପୋଲିସ ଇଣ୍ଡୋର ହଲରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସକାଳେ ଉଦ୍ଘାଟନି ଉତ୍ସବରେ ସମ୍ବାଦ ଏଜିଏମ୍ ଅରିବିନ୍ଦ ଦାସ ଅତିଥି ରୂପେ ଯୋଗ ଦେଇ ଫିତା କାଟି ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଣରୁ ୯୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ପୁମସେଇ ଓ ଖିରୋଗି ଦୁଇଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ସଫଳତା ହାସଲ କରିଥିôବା ଛାତ୍ର ଛାତ୍ରୀମାନେ ଆଗାମି ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ବାଗ ନେବେ ବୋଲି ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଜିଲ୍ଲା ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଉଦ୍ଯାପନି ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସିଆରପିଏଫ୍ କମାଣ୍ଡେଣ୍ଟ ପବନ ତିୱାରି ଓ ମ୍ୟୁନିସିପାଲଟି ଚେୟାରମେନ ଲିକା ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ମେଡାଲ ସହ ସମ୍ମାନିତ କରିଥିଲେ । ଏହି ଅବସରରେ ଆଗାମି ଦିନରେ ଏହି ଅନୁଷ୍ଠାନର ଭିତ୍ତିଭୂମି ପାଇଁ ଚେଷ୍ଟା କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ମନପ୍ରିତ କୌର ପରିଚାଳନା କରିଥିବା ବେଳେ ସୁଶାନ୍ତ ମୁଗ୍ରୀ, କରଣ ନନ୍ଦ, ଭୁବନେ ଭୋଇ, ଅମିତ ବାରିକ, ନିତିନ ସ୍ୱାଇଁ, ଜୟକୃଷ୍ଣ ଶବର, ମୁକେଶ ପଧାନ, ନରେନ୍ଦ୍ର ବରାଡ ପ୍ରମୁଖ ସହଯୋଗ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

