Type Here to Get Search Results !

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ


ବଲାଙ୍ଗିର:-

 ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଭାକକ୍ଷରେ ସଂଘର ସାଧାରଣ ପରିଷଦ ବୈଠକ ଓ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ସହମତି ଭିତ୍ତିରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବରେ ଆଗାମୀ ଦୁଇ ବର୍ଷ ପାଇଁ ଶିବପ୍ରସାଦ ପରିଡା ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବରେ ଶିଶିରକାନ୍ତ ଶତପଥୀ ନିର୍ବାଚିତ ହୋଇଛନ୍ତି ।

ବୈଠକର ପ୍ରାରମ୍ଭରେ ସଂଘର ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ତିନି ଗୋଟି ଉପଖଣ୍ଡର ସଦସ୍ୟମାନେ ଯୋଗଦେଇ ସାଙ୍ଗଠନିକ ବ୍ୟାପାର ଉପରେ ଆଲୋଚନା କରିଥିଲେ । ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ ବର୍ଷ ଗୁଡିକର ସଂଘର ଆୟବ୍ୟୟର ବିବରଣୀ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରାଯିବା ସହ ସଂଘ ପ୍ରତି ନିଷ୍ଠାର ସହ ସଂଘକୁ ସଂଘୀୟ ଭିର୍ତ୍ତିରେ ଆଗେଇ ନେବାକୁ ସଭାପତି ଶ୍ରୀ ପୁଜାରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସଂଘର ବିଭିନ୍ନ ସମସ୍ୟା ଓ ସଦସ୍ୟମାନଙ୍କର ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ସଭ୍ୟମାନେ ନିଜସ୍ୱ ମତ ଦେଇଥିଲେ ।

ସାଧାରଣ ପରିଷଦ ବୈଠକ ପରେ ସଭାପତି ଶ୍ରୀ ପୁଜାରୀଙ୍କ ଆହ୍ୱାନ କ୍ରମେ ପୂର୍ବ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁଯାୟୀ ସଂଘର ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ କରିବା ସକାଶେ ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଣ୍ଡାଙ୍କୁ ନିର୍ବାଚନ ଅଧିକାରୀ, ସହନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ନିର୍ବାଚନ ପରିଚାଳନା କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସଂଘୀୟ ନୀତି ଓ ଆଦର୍ଶ ଭିର୍ତ୍ତିରେ ସଂଘର ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ଶିବ ପ୍ରସାଦ ପରିଡା, ଉପସଭାପତି ଭାବରେ ବଳରାମ ମିଶ୍ର, ଦୀପକ ସମ୍ମାଦାର, ଲକ୍ଷ୍ମୀକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ଭାବରେ ଶିଶିରକାନ୍ତ ଶତପଥି, ସମ୍ପାଦକ ଭାବରେ ରଞ୍ଜିତ ବେହେରା, ଅଭୟ କୁମାର ତ୍ରିପାଠୀ, ସଞ୍ଜୟ ବେହେରା ସାଂଗଠାନିକ ସମ୍ପାଦକ ଭାବରେ ଶରତ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ଭାବରେ ସୁନୀଲ କୁମାର ମହାନ୍ତି ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଠିକ ସେହିପରି କାର୍ଯ୍ୟକାରୀ କମିଟିକୁ ମାନସ ରଞ୍ଜନ ମହାନ୍ତି, ଶ୍ରୀବତ୍ସ ବେହେରା, ସଦାଶିବ ସରାଫ, ବଂଶୀଧର ସେଠ, ଚନ୍ଦ୍ରଭାନୁ ମୋଲଣା, ଶରତ କୁମାର ମହାକୁଡ, ବିମଳ ଚରଣ ହୋତା, ସତ୍ୟସୁନ୍ଦର ଭଞ୍ଜ, ଘଟେଶ୍ୱର ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ । ଉପଦେଷ୍ଠା କମିଟି ସଦସ୍ୟ ଭାବରେ ରାମ କୁମାର ଅଗ୍ରୱାଲ, ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ସୁବାଷ ଚନ୍ଦ୍ର ପଣ୍ଡା, ହରିନାରାୟଣ ପୁଜାରୀ, ଦିଲୀପ କୁମାର ପୁରୋହିତ, ସୁଧିର ଚନ୍ଦ୍ର ପଣ୍ଡା, ସୋମନାଥ ଆଚାର୍ଯ୍ୟ ପ୍ରମୁଖ ସର୍ବସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପୂର୍ବତନ ସଭାପତି ହରିନାରାୟଣ ପୁଜାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସଂଘର ଉତ୍ତୋରତର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଦିଂବଗତ ସାମ୍ବାଦିକମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପୂର୍ବତନ ସାଧାରଣ ସମ୍ପାଦକ ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.