ପଦ୍ମପୁର :-
ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଡ଼ଃ ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ବିକାଶ ରେ ପରିବାର ର ଭୂମିକା ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ସମାରୋପ କାର୍ଯ୍ୟକ୍ରମ ରେ ଯୋଗଦେଇ ଦୀପ ପ୍ରଜ୍ୱଳନ ସହିତ ଆଶିର୍ବଚନ ପ୍ରଦାନ କରି ଶିଶୁ ବାଟିକା ର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।ଶିଶୁ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ଗୁରୁମା ସଂଯୋଜନା କରିଥିଲେ । ମାଆ ମାନଙ୍କୁ ନେଇ ୫ ଟି ବିଭିନ୍ନ ବିଷୟରେ ପ୍ରାୟଗିକ କାଳାଂଶ କରାଯାଇଥିଲା ଏଥିରେ ଗୀତା ଗୁରୁମା, ଅଞ୍ଜଳି ଗୁରୁମା, ନୀତୁ ଗୁରୁମା, ଲିଲି ଗୁରୁମା, ମନ୍ଦାକିନୀ ଗୁରୁମା, ଶରତ ଗୁରୁଜୀ ପ୍ରମୁଖ ଭାଗନେଇ ଥିଲେ । ଏହି କର୍ମଶାଳା ରେ ୯୫ ଜଣ ମାଆ ମାନେ ଭାଗ ନେଇଥିଲେ ।ପରିଶେଷରେ ଦୀନବନ୍ଧୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଗୁରୁଜୀ ଗରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

