ଝାରସୁଗୁଡ଼ା :-
ଯେତେବେଳେ ସମଗ୍ର ଦେଶବାସୀ ହର୍ଷ ଉଲ୍ଲାସ ସହ ନିଜ ପରିବାର ସହିତ ଦୀପାବଳି ପାଳନ କରୁଛନ୍ତି, ଠିକ୍ ସେହି ସମୟରେ ପୋଲିସ ବାହିନୀ, ବିଭିନ୍ନ ସ୍ଥାନରେ, ନିଜ ପରିବାର ଠୁ ଦୁରେ ରହି ଆମ ସଭିଙ୍କ ସୁରକ୍ଷା ରେ ଛିଡା ହୋଇଛନ୍ତି। କିନ୍ତୁ କେହି ବି ତାଙ୍କୁ ମିଠା ତ ଦୂରର କଥା ଦୀପାବଳି ଶୁଭେଚ୍ଛା ମଧ୍ୟ ଜଣାନ୍ତି ନାହିଁ। ତେବେ ଆଜି ଝାରସୁଗୁଡ଼ା ଏସପି ଙ୍କ ଏକ ନିଆରା ପ୍ରୟାସ ଦେଖି ସତରେ ଛାତି କୁଣ୍ଡେମୋଟ ହୋଇ ଯାଇଛି।
ଆଜି ଝାରସୁଗୁଡ଼ା ସହରରେ ବିଭିନ୍ନ ସ୍ଥାନରେ ଦୀପାବଳି ଅବସରରେ ସୁରକ୍ଷା ପାଇଁ ଅନେକ ପୋଲିସ କର୍ମୀ, ହୋମଗାର୍ଡ ଆଦି ବିଭିନ୍ନ ଅଞ୍ଚଳରେ ନିଜ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ। ଏଥର କିନ୍ତୁ କିଛି ନୂଆଁ ଘଟଣା ଦେଖିବାକୁ ମିଳିଥିଲା। ଝାରସୁଗୁଡ଼ା ଏସପି ରାହୁଲ ଜୈନ ବିଭିନ୍ନ ସ୍ଥାନ ଯେଉଁଠି ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ ସେଠି ପହଞ୍ଚି ମିଠା ଦେଇ ଦୀପାବଳି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି। ତେବେ ଏସପି ରାହୁଲଙ୍କ ଏହି ପ୍ରୟାସ ପୋଲିସ ବିଭାଗର ମନୋବଳ ଦୃଢ଼ କରିବା ସହ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟି ଥିବା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

